www.samajalive.in
Wednesday, December 10, 2025
16.1 C
Bhubaneswar

ମହାନଦୀରେ ବନ୍ୟା; ହରଭଙ୍ଗା ତହସିଲର ୧୦ରୁ ଅଧିକ ଗାଁ ପାଣିଘେରରେ

ହରଭଙ୍ଗା: ରାଜ୍ୟର ଅଧିକାଂଶ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୀର୍ଘ ୪୮ ଘଣ୍ଟାରୁ ଅଧିକ ସମୟ ବର୍ଷା ଏମିତିକି ବର୍ତ୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲା ଜଳମଗ୍ନ ହୋଇପଡ଼ିଛି। ଫଳରେ ମହାନଦୀରେ ଏକ ବଡଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାରେ ମହାନଦୀ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲର ୪୧ଟି ବନ୍ୟାପ୍ଳାବିତ ଗାଁକୁ ସତର୍କ କରାଯାଇଛି। ବଡ଼ ଧରଣର ବନ୍ୟାହେଲେ ହରଭଙ୍ଗା ବ୍ଲକର ୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ପ୍ରଭାବିତ ହେବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ବୁଧବାର ସକାଳ ସୁଦ୍ଧା ହରଭଙ୍ଗା-ଧଳପୁର-ରାମଗଡ଼-ହାଟ ଗାଁ ଭଳି ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି। ସେହିପରି ଉଦଣ୍ଡୀ ନାଳରେ ୧୦ଫୁଟ୍‌‌ ଉଚ୍ଚରେ ବନ୍ୟାପାଣି ଯୋଗୁଁ କୁଶଙ୍ଗ ପଞ୍ଚାୟତର ଆଦିବାସୀ ବହୁଳ ମାରଡା ଗ୍ରାମର ୩୦ଟି ପରିବାର ଲୋକେ ୨ଦିନ ହେଲା ପାଣିଘେରରେ ଭୋକ ଉପାସରେ ରହିଥିବା ଜଣାପଡ଼ିଛି। ହରଭଙ୍ଗା ତହସିଲହର ୫ହଜାର ଧାନଚାଷ ଜମି ବନ୍ୟାପାଣିରେ ନଷ୍ଟ ହେବା ଆଶଙ୍କା କରାଯାଉଛି। ବର୍ତମାନ ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ଥିବା ସୂଚନା ମିଳିଛି। ସେହିପରି ମାରଡା, ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ, କୃଷ୍ଣମୋହନପୁର ଭଳି ଅନେକ ଗାଁ ପାଣିଘେରରେ ଥିବା ଜଣାପଡ଼ିଛି। ଖଣ୍ଡିଧଳପୁର, କୋଡାଶିଙ୍ଗା, ପାଣିଘରା, ଝରାସାହି ହାଟ ଗାଁ, ମାରଡା, ତିରଡ ଭଳି ଗାଁ ଏକ ପ୍ରକାର ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ମହାନଦୀରେ ଜଳସ୍ତର ବହୁତ ପରିମାଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକେ ଛେଳି, ମେଣ୍ଢା, ଗାଈ, ଗୋରୁ, ପୋଢ, ମଇଁଷିକୁ ଉଚ୍ଚସ୍ଥାନକୁ ଏବେଠାରୁ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ କରିଦେଇଛନ୍ତି। ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ପ୍ରମୁଖ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି।

ଏହା ସହିତ ବନ୍ୟା ଆଶଙ୍କା ଥିବା ହରଭଙ୍ଗା, ଶଙ୍କୁଲେଇ, କୁଶଙ୍ଗ, ଧଳପୁର, ରାମଗଡ଼, ବୀରନରସିଂହପୁର, ରାଧାନଗର, ସାମ୍ପୋଚ୍‌‌ ପଞ୍ଚାୟତର ସମସ୍ତ ସରପଞ୍ଚ, ପିଇଓ, ଜିଆରଏସ ଏବଂ ରାଜସ୍ୱ ନୀରିକ୍ଷକମାନଙ୍କୁ ପଂଚାୟତ ହେଡ୍‌ କ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଓଡ୍ରାଫ ଟିମ୍ ଦ୍ୱାରା ତଳି ଅଞ୍ଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ରନ୍ଧାଖାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରଶାସନିକ ସ୍ତରରେ ବିଚାରବିମର୍ଷ ଚାଲିଛି। ପାଣି ଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟ ବ୍ୟବସ୍ଥା ଦିଗରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ମହାନଦୀର ଜଳସ୍ତର ବୃଦ୍ଧିକୁ ଅନୁଧ୍ୟାନ କଲେ ପୂର୍ବବର୍ଷ ଅଗଷ୍ଟ ୧୬ ତାରିଖରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ପୁନରାବୃତି ଘଟିପାରେ ବୋଲି ଅନୁମାନ କରାଯାଉଛି।

- Advertisement -

 

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories