www.samajalive.in
Saturday, December 6, 2025
17.1 C
Bhubaneswar

ଝାଡୁ ସହ ଜଡିତ ନିୟମ : ପାଳନ କଲେ ହେବ ଧନବର୍ଷା..

ଝାଡୁର ବ୍ୟବହାର ପ୍ରତ୍ୟେକ ଘରେ କରାଯାଏ। ଘରକୁ ସଫାସୁତୁରା କରିବା ପାଇଁ ବ୍ୟବହାର କରାଯାଉଥିବା ଝାଡୁରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ତେଣୁ ଶାସ୍ତ୍ରରେ ଝାଡୁକୁ ନେଇ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି। ଝାଡୁ ସହ ଜଡିତ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହି ନିୟମର ପାଳନ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ଧନଲାଭ ହୋଇଥାଏ।
ଝାଡୁ କିଣିବା ପୂର୍ବରୁ କିମ୍ବା ଫୋପାଡିବା ପୂର୍ବରୁ ବାରର ଗୁରୁତ୍ୱ ରହିଛି। ଝାଡୁ ସହ ଜଡିତ ନିୟମର ପାଳନ କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ..
ପୁରୁଣା ଝାଡୁକୁ କଦାପି ଗୁରୁବାର କିମ୍ବା ଶୁକ୍ରବାର ଏହାକୁ ଫିଙ୍ଗିବା ଉଚିତ୍‌‌ ନୁହେଁ। ଏହି ଦିନ ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହିଦିନ ଝାଡୁକୁ ବାହାରେ ଫିଙ୍ଗିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଝାଡୁରେ କଦାପି ଗୋଡ ମାରନ୍ତୁ ନାହିଁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଝାଡୁ କିଣିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଖୁବ ଶୁଭ। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ। ଘରେ ସମ୍ପନତା ଆସିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। କୃଷପକ୍ଷରେ ଝାଡୁ କିଣିବା ଶୁଭଙ୍କର ବୋଲି କୁହାଯାଏ।
ଝାଡୁକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ,ଯେପରି ଏହା ଉପରେ କାହାରି ନଜର ପଡିବ ନାହିଁ। ଝାଡୁକୁ ଭୁଲରେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ। ସୂର୍ଯ୍ୟୋସ୍ତ ପରେ ଘରେ କଦାପି ଝାଡୁ କରନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।

 

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories