www.samajalive.in
Saturday, December 6, 2025
26.1 C
Bhubaneswar

ଅବିଶ୍ରାନ୍ତ ବର୍ଷା, ହରଭଙ୍ଗାର ବିଭିନ୍ନ ଅଞ୍ଚଳ ଜଳମଗ୍ନ

ହରଭଙ୍ଗା : ଲଘୁଚାପ ପ୍ରଭାବରେ ବୌଦ୍ଧ ଜିଲାରେ ଗତ ମଙ୍ଗଳବାର ମଧ୍ୟାହ୍ନ ସମୟରୁ ଏପର୍ଯ୍ୟନ୍ତ ଦୀର୍ଘ ୪୮ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି । ଜିଲାରେ ୬୯୪.୬ ମିମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି । ସେଥିରୁ ବୌଦ୍ଧରେ ସର୍ବାଧିକ ୩୯୦.୦୬ମିମି, କଣ୍ଟାମଳ ୧୬୦.୦୬ମିମି ଏବଂ ହରଭଙ୍ଗା ବ୍ଲକରେ ୧୪୩.୦୪ମିମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି । ବର୍ଷା ପ୍ରଭାବରେ ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ମୁରଶୁଣ୍ଡି, ଖୁଣ୍ଟବନ୍ଧ ରାସ୍ତାରେ ବନ୍ୟା ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଲଣ୍ଡିବନ୍ଧ ବିଦ୍ୟୁତ ଗ୍ରୀଡ଼ରେ ୪ ଫୁଟ ପାଣି ଯୋଗୁଁ ଗତକାଲି ଠାରୁ ହରଭଙ୍ଗା ବ୍ଲକରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

ଵର୍ତମାନ ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ରାସ୍ତାର ଶଗଡିଆ ପୋଲ ଉପରେ ବନ୍ୟା ପାଣି ଯୋଗୁଁ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ମହାନଦୀରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ କୋଡାସିଙ୍ଗା ଭଳି ଗ୍ରାମରେ ପ୍ରଶାସନିକ ଟିମ ପକ୍ଷରୁ ଜଳ ଓ ପରିମଳ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ପିଈଓ ଶ୍ରୀକାନ୍ତ ପ୍ରଧାନ, ହରଭଙ୍ଗା ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା ପ୍ରମୁଖ କୋଡାଶିଙ୍ଗା, ଅତଳସରା, କୁଶଙ୍ଗ, କୁମାରୀ ଭଳି ବନ୍ୟା ପ୍ରଭାବିତ ଗାଁ ଗୁଡିକରେ ପହଞ୍ଚି ଆଗୁଆ ସ୍ଥିତି ପରଖିଥିବା ଜଣାପଡିଛି ।

ବନ୍ୟାକୁ ଦୃଷ୍ଟିରେ ରଖି ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ପ୍ରମୁଖ ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳରେ ପହଞ୍ଚି ପ୍ରାକ ପ୍ରସ୍ତୁତି ଉପରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories