ଏସ୍ଆର୍ସିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା : ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଦେଖାଦେଇଛି ବନ୍ୟା ସ୍ଥିତି। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ଚିନ୍ତାଜନକ ଅବସ୍ଥାରେ ଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସ୍ଆର୍ସି ସତ୍ୟବ୍ରତ ସାହୁ ଆଜି ଲଗାଣ ବର୍ଷା ନେଇ ରାଜ୍ୟରେ ଉପୁଜିଥିବା ସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହ ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି।
Comments are closed.