www.samajalive.in
Saturday, December 13, 2025
14.1 C
Bhubaneswar

ଆମେରିକା ରାଷ୍ଟ୍ରପତି ଦୌଡ଼ରେ ତିନି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ପୂର୍ବଥର ଆମେରିକା ଉପ-ରାଷ୍ଟ୍ରପତି ଦୌଡ଼ରେ ଥିଲେ ଜଣେ ଭାରତୀୟ ବଂଶୋଦ୍ଭବ। ଆଉ ଏବେ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି ତିନି ଇଣ୍ଡୋ-ଆମେରିକାନ୍। ୟୁଏସରେ ହାକିମଗିରି ଚଳାଇବାକୁ ପ୍ରସ୍ତୁତ ହେଲେଣି ଏମାନେ। ପ୍ରାର୍ଥୀ ହେବା ପାଇଁ କରିଛନ୍ତି ଘୋଷଣା। ୨୦୨୪ ପାଇଁ ରିପବ୍ଲିକାନ୍ ପାର୍ଟି ପାଇଁ ନାମାଙ୍କନ ଭରିବା ରେସରେ ଆଗରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ବିତା କରିବେ ଇଣ୍ଡୋ-ଆମେରିକୀୟ ବିବେକ ରାମସ୍ୱାମୀ, ନିକ୍କି ହେଲି ଏବଂ ହର୍ଷବର୍ଦ୍ଧନ ସିଂ।

ଇଣ୍ଡୋ-ଆମେରିକୀୟ ରିପବ୍ଲିକାନ୍ ନେତା ନିକ୍କି ହେଲି। ଦୁଇଥର ଦକ୍ଷିଣ କାରୋଲିନାର ରାଜ୍ୟପାଳ ଏବଂ ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଭାବରେ କାମ କରିଛନ୍ତି। ଲଗାତାର ତିନିଟି ନିର୍ବାଚନରେ ​​ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିକ୍କି ହେଲି ପ୍ରତିଯୋଗିତା କରିଥିଲେ। ଯଦିଓ ଅଧିକାଂଶ ସର୍ଭେରେ ୫୧ ବର୍ଷୀୟ ହେଲିଙ୍କ ପ୍ରଦର୍ଶନ କମ୍ ବୋଲି କୁହାଯାଉଛି। ଅଜିତ ସିଂ ରାନ୍ଧୱା ଏବଂ ରାଜ କୌର ରାନ୍ଧୱାଙ୍କ ଝିଅ ହାଲୀ। ଯେଉଁମାନେ ପଞ୍ଜାବରୁ କାନାଡା ଏବଂ ପରେ ୧୯୬୦ ଦଶକରେ ଆମେରିକା ଯାଇଥିଲେ। ୩୯ ବର୍ଷ ବୟସରେ ହେଲି ଆମେରିକାର ସବୁଠାରୁ କନିଷ୍ଠ ରାଜ୍ୟପାଳ ଥିଲେ। ଯେତେବେଳେ ସେ ୨୦୧୧ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ, ସେ ରାଜ୍ୟର ପ୍ରଥମ ଇଣ୍ଡୋ-ଆମେରିକୀୟ ରାଜ୍ୟପାଳ ଥିଲେ ଏବଂ ସେହି ପଦରେ ଦୁଇ ଥର କାର୍ଯ୍ୟ କରିଥିଲେ। ଜାନୁଆରୀ ୨୦୧୭ରୁ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ସେ ମିଳିତ ଜାତିସଂଘରେ ୨୯ ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ। ଉଦ୍ୟୋଗୀ ବିବେକ ରାମସ୍ବାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ସେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଏହି ପଦ ପାଇଁ ଆଶାୟୀ ଅଛନ୍ତି। ଏଥିପାଇଁ ସେ ତାଙ୍କର ଅଭିଯାନ ଆରମ୍ଭ କରିସାରିଛନ୍ତି। ରାମସ୍ବାମୀଙ୍କ ଜନ୍ମ ଆମେରିକାର ସିନସିନାଟିରେ ହୋଇଥିବା ବେଳେ ସେ ହାଭାର୍ଡ ଓ ୟେଲେ ବିଶ୍ବବିଦ୍ୟାଳୟରେ ପଢିଛନ୍ତି। ୩୭ ବର୍ଷୀୟ ରାମାସ୍ବାମୀଙ୍କ ବାପା ଓ ମା’ କେରଳର ବାସିନ୍ଦା। ତାଙ୍କ ବାପା ଏକ ଜେନେରାଲ ଇଲେକ୍ଟ୍ରିକ୍ ପ୍ଲାଣ୍ଟରେ ଚାକିରି କରୁଥିବା ସମୟରେ ଆମେରିକା ଚାଲିଯାଇଥିଲେ। ରାମସ୍ବାମୀ ହେଉଛନ୍ତି ଦ୍ବିତୀୟ ଭାରତୀୟ ବଂଶୋଦ୍ଭବ ଯିଏ ଆମେରିକାନ୍ ରିପବ୍ଲିକାନ୍ ପାର୍ଟିରେ ସାମିଲ ହୋଇଛନ୍ତି। ରିପବ୍ଲିକାନ ପାର୍ଟିର ୯ ପ୍ରତିଶତ ନେତାଙ୍କ ସ୍ୱାସ୍ଥ୍ୟସେବା ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କର ସମର୍ଥନ ରହିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଭାରତୀୟ ବଂଶୋଦ୍ଭବ ହର୍ଷ ବର୍ଦ୍ଧନ ସିଂ ଅଛନ୍ତି। ଏରୋସ୍ପେସ୍ ଇଞ୍ଜିନିୟର ହର୍ଷ ବର୍ଦ୍ଧନ କହିଛନ୍ତି; ସେ ଜୀବନସାରା ରିପବ୍ଲିକାନ୍ ପାର୍ଟିରେ ରହିବେ। ସେ ସର୍ବଦା ଆମେରିକା ଫାର୍ଷ୍ଟ ପଲିସି ପାଇଁ କାମ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ସେଥିପାଇଁ ପରିବର୍ତ୍ତନକୁ ଓଲଟାଇବା ଏବଂ ଆମେରିକୀୟ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଦୃଢ ନେତୃତ୍ୱ ଆବଶ୍ୟକ। ଏହି କାରଣରୁ, ସେ ଆମେରିକାର ରାଷ୍ଟ୍ରପତି ପାଇଁ ରିପବ୍ଲିକାନ୍ ପାର୍ଟି ତରଫରୁ ନାମାଙ୍କନ ଭରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଦୌଡରେ…

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories