ଦେଓଗାଁ: ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡ଼ାଠାରେ ଥିବା ବନ୍ଧପଡା ଉଚ୍ଚବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେବା ପରେ ମଙ୍ଗଳବାରଠାରୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ରଥମ କରି ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହୋଇଥିବାରୁ ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ହାଇସ୍କୁଲର ଆଲୁମିନି ସଭ୍ୟ ଅଚ୍ୟୁତ ମିଶ୍ର ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ନୂତନ କରି ଖୋଲିଥିବା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେବଳ କଳା ବିଭାଗରେ ୧୨୮ ସିଟ୍ ଥିବା ବେଳେ ୧୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ନାମ ଲେଖାଇଥିବା ଜଣାପଡ଼ିଛି।
Popular Categories



