www.samajalive.in
Saturday, December 6, 2025
26.1 C
Bhubaneswar

ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ମଙ୍ଗଳବାର ମୋଦୀ ମହାରାଷ୍ଟ୍ରର ପୁଣେ ସହର ଗସ୍ତ କରିଥିବା ବେଳେ ଏହି ଅବସରରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ଥିଲେ। ଶରଦ ପାୱାରଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମଞ୍ଚାସୀନ ଥିଲେ।

ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହି ସମ୍ମାନ ପାଇବା ଏକ ଅବିସ୍ମରଣୀୟ ଅନୁଭୂତି। ସମ୍ମାନ ସହ ଦାୟିତ୍ବ ମଧ୍ୟ ଆସିଥାଏ। ଭାରତ ସ୍ବାଧୀନତାରେ ଲୋକମାନ୍ୟ ତିଲକଙ୍କ ବିଶେଷ ଯୋଗଦାନ ରହିଛି। ମୁଁ ୧୪୦ କୋଟି ଦେଶବାସୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଉତ୍ସର୍ଗ କରୁଛି। ଆଜି ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୁଁ ଏଠାକୁ ଆସି ଯେତିକି ଉତ୍ସାହିତ, ସେତିକି ଭାବପ୍ରବଣ ମଧ୍ୟ ହୋଇପଡିଛି। ଆଜି ବାଲ ଗଙ୍ଗାଧର ତିଲକ ଜୀଙ୍କ ଶ୍ରାଦ୍ଧବାର୍ଷିକୀ। ଏଥିସହ ଆନ୍ନା ଭାଉ ସାଠେ ଜୀଙ୍କର ମଧ୍ୟ ଜନ୍ମଜୟନ୍ତୀ। ଲୋକମାନ୍ୟ ତିଲକ ଜୀ ଆମ ସ୍ୱାଧୀନତା ଇତିହାସର ମଥାର ତିଳକ ଏବଂ ସାମାଜିକ ସଂସ୍କାର ପାଇଁ ଆନ୍ନା ଭାଉଙ୍କର ଯେଉଁ ଅବଦାନ ରହିଛି, ତାହା ଅନନ୍ୟ ଓ ଅସାଧାରଣ। ମୁଁ ଏହି ଦୁଇ ମହାପୁରୁଷଙ୍କ ପାଦ ତଳେ ପ୍ରଣାମ ଜଣାଉଛି। ଏହି ସମ୍ମାନ ପାଇଁ ମୁଁ ହିନ୍ଦ୍ ସ୍ୱରାଜ୍ୟ ସଂଘ ଏବଂ ଆପଣ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି।’’

- Advertisement -

ମୋଦୀ ଆହୁରି କହିଛନ୍ତି, ‘‘ଇଂରେଜମାନେ ଏକ ଧାରଣା ଦେଇଥିଲେ ଯେ, ଭାରତର ବିଶ୍ୱାସ, ସଂସ୍କୃତି, ପରମ୍ପରା ଏସବୁ ପଛୁଆବର୍ଗର ପ୍ରତୀକ, କିନ୍ତୁ ତିଲକ ଜୀ ଏହାକୁ ମଧ୍ୟ ଭୁଲ ପ୍ରମାଣିତ କରିଛନ୍ତି। ସେଥିପାଇଁ ଭାରତର ଲୋକମାନେ କେବଳ ଆଗକୁ ଆସି ତିଲକ ଜୀଙ୍କୁ ସ୍ୱୀକୃତି ଦେଇନାହାନ୍ତି, ବରଂ ତାଙ୍କୁ ଲୋକମାନ୍ୟ ଆଖ୍ୟା ମଧ୍ୟ ଦେଇଥିଲେ। ସେଥିପାଇଁ ମହାତ୍ମା ଗାନ୍ଧୀ ତାଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ମଧ୍ୟ କହିଥିଲେ।’’

ସୂଚନାଯୋଗ୍ୟ, ଲୋକମାନ୍ୟ ତିଲକଙ୍କ ସମ୍ମାନାର୍ଥେ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାରର ଆରମ୍ଭ କରାଯାଇଥିଲା। ଏହି ପୁରସ୍କାର ସେହି ଲୋକମାନଙ୍କୁ ପ୍ରଦାନ କରାଯାଏ, ଯେଉଁମାନେ ଦେଶର ଅଗ୍ରଗତି ଏବଂ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ଏବଂ ଯାହାଙ୍କ ଅବଦାନକୁ ଉଲ୍ଲେଖନୀୟ ଏବଂ ଅସାଧାରଣ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ଲୋକମାନ୍ୟ ତିଲକଙ୍କ ଶ୍ରାଦ୍ଧବାର୍ଷିକୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ପାଇଥିବା ୪୧ତମ ବ୍ୟକ୍ତି। ଏହା ପୂର୍ବରୁ ଡକ୍ଟର ଶଙ୍କର ଦୟାଲ ଶର୍ମା, ପ୍ରଣବ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଏନ ଆର ନାରାୟଣ ମୂର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍‌ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ  ଏହି ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories