ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ; ହାଇକୋର୍ଟରେ ସତ୍ୟପାଠ ଦାଖଲ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡିକ ହିସାବ କରାଯାଇଥିଲା। ୧୪୯ କେଜି ୪୬୦ ଗ୍ରାମ ସୁନା ଓ ୧୮୪ କିଲୋ ରୁପା ରହିଥିବା ଉଲ୍ଲେଖ ରହିଛି। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ମଧ୍ୟ ବ୍ୟବହାର ହୁଏ ନାହିଁ। ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଛି। ଭିତର ରତ୍ନଭଣ୍ଡାରରେ ୧୩୪ କେଜି ୫୦ ଗ୍ରାମ ରୁପା ଅଳଙ୍କାର ରହିଛି। ବାହାର ରତ୍ନ ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ରହିଛି। ବାହାର ରତ୍ନ ରତ୍ନଭଣ୍ଡାରରେ ୧୯ କେଜି ୪୮୦ ଗ୍ରାମ ରୁପା ଅଳଙ୍କାର ରହିଛି। ଚଳନ୍ତି ଭଣ୍ଡାରରେ ପ୍ରାୟ ସାଢେ ୩ କେଜି ସୁନା ଅଳଙ୍କାର ରହିଛି। ଚଳନ୍ତି ଭଣ୍ଡାରରେ ପ୍ରାୟ ୩୦ କେଜି ୩୫୦ ଗ୍ରାମ ରୁପା ଅଳଙ୍କାର ରହିଛି।
Comments are closed.