www.samajalive.in
Sunday, December 14, 2025
26.1 C
Bhubaneswar

ସମାନ ନାଗରିକ ସଂହିତା ଉପରେ ଆଲୋଚନା ଚକ୍ର

ଫୁଲବାଣୀ: ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ସମାନ ନାଗରିକ ସଂହିତା ଦେଶରେ ଲାଗୁ ହେବା ଉପରେ ଡ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଦେଶର ଆଇନ ମନ୍ତ୍ରଣାଳୟ ସମାନ ନାଗରିକ ସଂହିତା ଦେଶରେ ଲାଗୁ କରିବାକୁ ଜନମତ ଲୋଡିଥିବା ସୂଚନା ଦେଇଥିଲେ। ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ ସାରା ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଲାଗୁ କରିବାକୁ ପ୍ରୟାସ କରାଯାଉଛି।ସମ୍ବିଧାନର ୪୪ ଧାରା ପାର୍ଟ ୪ରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟାଏ ଆଇନ ଲାଗୁ ହେବା ବ୍ୟବସ୍ଥା ରହିଛି, ଯାହା ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାର ଉଦ୍ଦେଶ୍ୟ ଦୁର୍ବଳ ପଛୁଆବର୍ଗଙ୍କ ଭେଦଭାବ ଓ ବୈଷମ୍ୟ ଦୂରକରି ସମାନତା ଆଣିବା।

ଏହି ଅବସରରେ ବରିଷ୍ଠ ଆଇନଜୀବୀ ଭିଭି ରାମଦାସ, ରବୀନ୍ଦ୍ର ନାଥ ମିଶ୍ର, ବିଜୟ ମହାନ୍ତି, ରମେଶ ମହାନ୍ତି, ବିରଜା ନାହାକ, ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରେସ କ୍ଳବ ସଭାପତି ସୁନିଲ ପଟନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ସେବାରହିତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ନବ କିଶୋର ରଥ, ଏସକେ ଆବାସ, କୁଇ ସମାଜ ସମ୍ପାଦକ ଅବନୀ କହଁର, ପଞ୍ଚାନନ କହଁର, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରଣବ ମଣ୍ଡଳ, ପିତାମ୍ବର ମିଶ୍ର, ମଧୂସୁଦନ ସାହୁ, ପ୍ରଶନ୍ନ କୁମାର ପଣ୍ଡା, ବଂଶୀଧର ପଣ୍ଡା, ଅଧ୍ୟାପକ ଦୁଷ୍ମନ୍ତ ମାର୍ଥା, ଅଚ୍ୟୁତାନନ୍ଦ ସେଠୀ, କ୍ଷିତିଶ ମଲିକ, ଶିବ ବିଶ୍ୱଳ, କୃଷ୍ଣ ଚନ୍ଦ୍ର ମିଶ୍ର, ଅମୀୟ ଦାସ, ପ୍ରମୋଦ ସାହୁ, ମୋହନ ପ୍ରଧାନ, ରାଜୁ ପାଢ଼ୀ, ସୋମନାଥ ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories