www.samajalive.in
Sunday, December 14, 2025
14.1 C
Bhubaneswar

ଭାଜପାର ଜନସମ୍ପର୍କ ପଦଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଭାଜପା ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରେ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଜନ ସମ୍ପର୍କ ପଦଯାତ୍ରାରେ ମୋଦି ସରକାରଙ୍କ ଶାସନରେ ହୋଇଥିବା ସୁଶାସନର ରିପୋର୍ଟ କାର୍ଡ ସମସ୍ତଙ୍କ ଘରେ ଘରେ କିଭଳି ଭାବରେ ପହଂଚିବ ଏ ବିଷୟରେ ଗୁରୁତ୍ୱ ନିଆଯିବା ପାଇଁ ନିଷ୍ପତି କରିବା ସଙ୍ଗେ ସଙ୍ଗେ ଟିକାବାଲିରେ ଥିବା ବ୍ଲକ ସମେତ ଥାନା, ତହସିଲ ଭଳି ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ସୁଜିତ ଦାସଙ୍କ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ ସଭାପତି ରାମବିଶି ଦିଗାଳ, ଜିଲ୍ଲା ସାଧାରଣ ସମ୍ପାଦକ ମାନଗବିନ୍ଦ ପ୍ରଧାନ, ଜିଲ୍ଲା ସମ୍ପାଦିକା ସୁସ୍ମିତା ଜେନା,ଜି. ଉଦୟଗିରି ଗ୍ରାମୀଣ ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନ ଏବଂ ଜିଲ୍ଲାସ୍ତରୀୟ ଭାଜପା ନେତା ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories