ସାପ କାମୁଡ଼ାରେ ଶିଶୁ ମୃତ
ଫୁଲବାଣୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ସାପ କାମୁଡ଼ାରେ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡା ଥାନା ପକାରୀ ପଞ୍ଚାୟତର ଝିରିପଡା ଗ୍ରାମ ସ୍ଥିତ ନିଜ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ପରିବାର ସହିତ ଶିଶୁ ଶୋଇଥିବା ସମୟରେ ଏକ ବିଷଧର ଚିତି ସାପ ଶିଶୁର ହାତକୁ କାମୁଡି ଦେଇଥିଲା। ଏହା ପରେ ପରିବାର ବର୍ଗ ଶିଶୁକୁ ତୁରନ୍ତ ଏକ ଅଟୋ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ଶନିବାର ମୃତ୍ୟୁ ହୋଇ ଯାଇଛି। ଏନେଇ ମୃତ ଶିଶୁର ବାପା ରାମ କହଁର ଗୋଛାପଡା ଥାନାରେ ସୂଚନା ଦେବା ପରେ ଗୋଛାପଡା ପୁଲିସ ୭/୨୩ ରେ ଏକ ଆପମୃତ୍ୟୁ ମାମଲା ରୁଜୁ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।
Comments are closed.