ନୂଆଦିଲ୍ଲୀ: ମଣିପୁର ହିଂସା ବିଷୟ ସଂସଦରେ ଆଲୋଚନା ହେଉ ନଥିବାବେଳେ ଏ ସମ୍ପର୍କିତ ପ୍ରଶ୍ନକୁ ମଧ୍ୟ ଏଡାଯାଉଛି। ମଣିପୁର ପ୍ରସଙ୍ଗରେ କୌଣସି ସଦସ୍ୟ ପ୍ରଶ୍ନ କରିବାକୁ ଚାହୁଁଥିବାବେଳେ ଏହାକୁ ସଂସଦ ସଚିବ ଗ୍ରହଣ କରୁ ନାହାନ୍ତି। ସୂଚନା ଅନୁଯାୟୀ ମଣିପୁର ହିଂସା ସମ୍ପର୍କିତ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଥିବାବେଳେ ଏହାର ପ୍ରଶ୍ନକୁ ଏଡାଯାଉଥିବା କୁହାଯାଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ସଦସ୍ୟମାନେ ମଣିପୁର ସମ୍ପର୍କରେ ପ୍ରଶ୍ନ କରିବାକୁ ଚାହଁୁଥିବାବେଳେ ଏହାକୁ ଗ୍ରହଣ କରାଯାଉ ନାହିଁ। ରାଜ୍ୟସଭାର ରୁଲ୍ ୪୭ ଅନୁଯାୟୀ କୌଣସି ମାମଲା ଯଦି ଦେଶର କୌଣସି ନ୍ୟାୟାଳୟରେ ବିଚାରାଧୀନ ଥାଏ ତେବେ ସେସମ୍ପର୍କରେ ସଦସ୍ୟମାନେ ତଥ୍ୟ ମାଗିପାରିବେ ନାହିଁ କି ପ୍ରଶ୍ନ କରିପାରିବେ ନାହିଁ। ଲୋକସଭାରେ ମଧ୍ୟ ଅନୁରୂପ ନିୟମ କାର୍ଯ୍ୟକାରୀ ହୋଇଥାଏ। ଜୁଲାଇ ୨୦ରେ ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିବା ପୂର୍ବକ ଏହା ଉପରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ଦେଇଛନ୍ତି।
Popular Categories



