www.samajalive.in
Wednesday, December 10, 2025
23.1 C
Bhubaneswar

୨୮ରେ ବାରବାଟୀରେ ରେହ୍‍ମାନ, ‘ବାହୁବଳୀ’ ପ୍ରଭାସଙ୍କ ପ୍ରଦର୍ଶନ

କଟକ : ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜନ ହେବ ପୁରୁଷ ହକି ବିଶ୍ୱକପ୍‍।  ତେବେ ମ୍ୟାଚ ଆରମ୍ଭ ହେବା  ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଏକ ଭବ୍ୟ ଉଦ୍‍ଘାଟନୀ ଉତ୍ସବ ଆୟୋଜନ ହେବ। ଏଥିରେ ଓସ୍କାର ବିଜେତା ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନଙ୍କ ସହ ଶାହାରୁଖ ଖାଁ ଓ ଜଣେ ଆଗଧାଡ଼ିର ବଲିଉଡ୍‍ ନାୟିକା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଦ୍ୱୈତନଗରୀରେ ହକି ଫିଭରକୁ ଆହୁରି ବଢ଼ାଇବା ପାଇଁ କଟକରେ ମଧ୍ୟ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାରବାଟୀ ଷ୍ଟାଡିୟମରେ ୨୮ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।


ହକି ବିଶ୍ୱକପ୍‍ ଉତ୍ସବ ପାଳନ ଅବସରରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ରେହ୍‍ମାନ ଓ ସୁପରହିଟ୍‍ ‘ବାହୁବଳୀ’ ଫିଲ୍ମର ସୁପରଷ୍ଟାର ପ୍ରଭାସ। ତାଙ୍କ ଟ୍ୱିଟର ପୃଷ୍ଠା ଜରିଆରେ ଏ.ଆର୍‍. ରେହ୍‍ମାନ ଗୁରୁବାର ସନ୍ଧ୍ୟାରେ ଏହା ଘୋଷଣା କରିଛନ୍ତି। ରେହ୍‍ମାନ ଲେଖିଛନ୍ତି- ‘ ଏହା ଘୋଷଣାକରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ଯେ ହକି ବିଶ୍ୱକପ୍‍ ଉତ୍ସବ ପାଳନ ଅନ୍ତର୍ଗତ ହଜାରେ ବର୍ଷର ସହର କଟକରେ ନଭେମ୍ବର ୨୮ରେ ପ୍ରଦର୍ଶନ କରିବାକୁ ଯାଉଛି।’ ରେହ୍‍ମାନଙ୍କ ସଂଗୀତରେ ବାହୁବଳୀ ଫିଲ୍ମର ଗୀତରେ ପ୍ରଭାସଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ। ଆଉ କିଛି ବଲିଉଡ୍‍ କଳାକାର ମଧ୍ୟ ଆସିବେ। ଏହି କାର୍ଯ୍ୟକ୍ରମ ଦେଢ଼ଘଣ୍ଟା ପାଖାପାଖି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉତ୍ସବରେ ଉପସ୍ଥିତ ରହିବେ ଏବଂ ବାରବାଟୀରେ ହକି ବିଶ୍ୱକପ୍‍ ଟ୍ରଫି ପ୍ରଦର୍ଶିତ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୭ଟାରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‍ର ପ୍ରସାରଣ ଷ୍ଟାଡିୟମର ଏଲ୍‍ଇଡି ପରଦାରେ କରାଯିବ; ଯାହା ଉପସ୍ଥିତ ଦର୍ଶକ ଦେଖିପାରିବେ। ଏହି କାର୍ଯ୍ୟକ୍ରମ ପାଇଁ ଟିକଟ ବ୍ୟବସ୍ଥା କରାଯାଇଛି। କେବଳ ଅନ୍‍ଲାଇନ୍‍ରେ ବିକ୍ରିହେବାକୁ ଥିବା ଗ୍ୟାଲେରୀ ଟିକଟର ମୂଲ୍ୟ ୧୦୦ ଟଙ୍କା ଏବଂ ପାଭିଲିଅନ୍‍ ଟିକଟର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ନଭେମ୍ବର ୨୮ରେ ବାଲିଯାତ୍ରା ଚାଲୁଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମରେ  ପ୍ରବେଶ କରିବା ନେଇ ଅସୁବିଧା ହୋଇପାରେ।

- Advertisement -

ତେବେ ଏହାକୁ ସୁନିୟନ୍ତ୍ରିତ କରିବା ଲାଗି କମିଶନରେଟ୍‍ ପୁଲିସ ଅଣ୍ଟାଭିଡ଼ିଛି। ଏଥିଲାଗି ଗୁରୁବାର ଓସିଏ ସମ୍ମିଳନୀ କକ୍ଷରେ ପୁଲିସ ଓ ପ୍ରଶାସନର ବୈଠକ ବସିଥିଲା। ବୈଠକରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଅଧ୍ୟକ୍ଷତା କରିଥିଲେ। ବିଧାୟକ ଦେବାଶିଷ ସାମନ୍ତରାୟ, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, କଟକ ଡିସିପି ଅଖିଳେଶ୍ୱର ସିଂହ, ଓଡ଼ିଶା ଆଥ୍‍ଲେଟିକ୍‍ ଆସୋସିଏସନ୍‍ର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜାଣିବାକୁ ମିଳିଛି ଯେ ବାରବାଟୀ ଷ୍ଟାଡିୟମ୍‍ରେ ୩୫ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ଏହାଛଡ଼ା ହର୍ସଗେଟ୍‍ ଦେଇ ୫ ହଜାର ଭିଆଇପି ଦର୍ଶକଙ୍କୁ ପଡ଼ିଆ ମଧ୍ୟରେ ବସିବାର ବ୍ୟବସ୍ଥା ମଧ୍ୟ କରାଯିବ। ପ୍ରଥମଥର ପାଇଁ ସହରରେ ପ୍ରଭାସ ଓ ରେହ୍‍ମାନଙ୍କ ପରି ପ୍ରଥିତଯଶାଙ୍କ ପ୍ରଦର୍ଶନ ଦେଖିବାକୁ କଟକବାସୀ ଅନାଇ ରହିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories