www.samajalive.in
Saturday, December 13, 2025
26.1 C
Bhubaneswar

ନାଗସାପ କାମୁଡ଼ାରେ ଯୁବତୀ ଗୁରୁତର

କଲମପୁର: କଲମପୁର ବ୍ଲକ ବିଜମରା ପଂଚାୟତ ଅଧିନସ୍ଥ ଦୁଲକିବନ୍ଧ ମାଟିଆପଡ଼ାରେ ଘଟିଛି ଏକ ଅଘଟଣ। ଧାନ ତଳି ଓପାଡୁଥିବା ବେଳେ ଜଣେ ଯୁବତୀ ନାଗ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ବୁଧବାର ମାଟିଆପଡ଼ାର କବିତା ପ୍ରଧାନୀ ନାମକ ଯୁବତୀ ସାଥି ଶ୍ରମିକଙ୍କ ସହ ଏକ ଜମିରୁ ଧାନ ତଳି ଓପାଡୁଥିଲେ। ଏହି ସମୟରେ ଧାନତଳିରେ ଥିବା ଏକ ନାଗ ସାପ କବିତାଙ୍କ ପାଦକୁ କାମୁଡି ଦେଇଥିଲା। ସେଠାରେ ଥିବା କିଛି ଲୋକ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଯୁବତୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାପ କାମୁଡ଼ିବା ପରେ ଯୁବତୀଙ୍କ ମୁଣ୍ଡ ବୁଲାଇବା ସହ ପାଟି ଅଠାଳିଆ ହୋଇଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି। କିନ୍ତୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତୁରନ୍ତ ଯୁବତୀଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିବା ସହ ସାପ ବିଷ ହରଣ ପାଇଁ ଆଣ୍ଟିଭେନମ ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories