www.samajalive.in
Monday, December 8, 2025
14.1 C
Bhubaneswar

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ବିପୁଳ ସମ୍ପତ୍ତି ଠାବ

ଭବାନିପାଟଣା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜନ ସ୍ବାସ୍ଥ୍ୟ ବିଭାଗ (ଜିପିଏଚ) ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଠାରୁ ବହୁ ପରିମାଣରେ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଶ୍ରୀ ସାହୁଙ୍କ ଘର ସମେତ ତିନୋଟି ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସ ଚଢାଉ କରୁଛି। ସ୍ଥାନୀୟ ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା କୋଠା ସମେତ ତାଙ୍କ ଅଫିସ ଏବଂ ନର୍ଲା ବ୍ଲକ୍ ବଳବସପୁରରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।

ଚଢାଉ ବେଳେ ଭବାନୀପାଟଣା ସହର ଜଳେଶ୍ଵର ମନ୍ଦିର ରାସ୍ତାରେ ନିର୍ମିତ ୧୦,୫୦୦ ବର୍ଗ ଫୁଟ ର ତିନି ମହଲା କୋଠା ଠାବ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଦଶ ଲକ୍ଷ ବୋଲି ଆକଳନ କରାଯାଇଛି। ଏଥି ସହିତ ଭବାନିପାଟଣା ସହରାଞ୍ଚଳରେ ୨୩ ଡିସିମିଲର ଦୁଇଟି ପ୍ଲଟ, ପ୍ରାୟ ୧.୫୩ କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ୍, ପୋଷ୍ଟ ଅଫିସ ଏବଂ ଜୀବନ ବୀମା ଜମା ଥିବା ଠାବ ହେଇଛି। ତାଙ୍କ ନିକଟରୁ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା, ଘରୁ ଏବଂ ବ୍ୟାଙ୍କ ଲକରରୁ ୪୪୧ ଗ୍ରାମ ସୁନା ଅଳଙ୍କାର, ୭୦୦ ଗ୍ରାମ ରୂପା ଅଳଙ୍କାର, ୫.୪୭ ଲକ୍ଷ ଟଙ୍କା ମୂଲ୍ୟର ୨ଟି ଦୁଇ ଚକିଆ ଯାନ ମିଳିଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ।

- Advertisement -

କୋରାପୁଟ ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାଏକଙ୍କ ନେତୃତ୍ୱ ରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଡିଏସପି ଦୀନବନ୍ଧୁ ବେହେରା, ଡିଏସପି ଜୟଶ୍ରୀ ପ୍ରଧାନ ପ୍ରମୁଖଙ୍କ ସମେତ ଭିଜିଲାନ୍ସର ତିନୋଟି ଟିମ୍ ଚଢାଉ ଜାରି ରଖିଛି। ଖବର ଲେଖାଯିବା ବେଳକୁ ଯନ୍ତ୍ରୀ ଶ୍ରୀ ସାହୁଙ୍କ ସ୍ଥାନୀୟ ଘର, ଅଫିସ କୋଠରୀ ଏବଂ ନର୍ଲା ବ୍ଲକ୍ ବଲବସପୁର ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories