www.samajalive.in
Friday, December 12, 2025
26.1 C
Bhubaneswar

ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି

ଡେସ୍କ: ‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି ଆମକୁ ‘ପୁନରୁଦ୍ଧାର ପାଇଁ ପ୍ରସ୍ତୁତି’ ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଚେନ୍ନାଇ ଠାରେ ବିପର୍ୟ୍ୟୟ ବିପତ୍ତି ହ୍ରାସ କାର୍ୟ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ୟ୍ୟୟର ପ୍ରଭାବ ବହୁତ ବ୍ୟାପକ ଏବଂ ପ୍ରକୃତି ସହ ଆପୋସ ଭାବେ ଜଡ଼ିତ, ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ଆମେ ଅନୁଭବ କରିସାରିଲୁଣି। ବିଶ୍ୱ ସମ୍ମୁଖରେ ଦେଖା ଦେଉଥିବା ଆହ୍ୱାନ ଏବଂ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି, ପ୍ରମୁଖ ସଚିବ ଜି୨୦ ବିପର୍ୟ୍ୟୟ ବିପତ୍ତି ହ୍ରାସ କାର୍ୟ୍ୟଗୋଷ୍ଠୀର ମହତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଗୋଷ୍ଠୀ ବିଶେଷ ଅଗ୍ରଗତି ହାସଲ କରିଛି ଏବଂ ଭଲ ଧାରାରେ ରହିଛି ବୋଲି ପ୍ରମୁଖ ସଚିବ କହିଛନ୍ତି।

- Advertisement -

ସେ କହିଛନ୍ତି ଯେ ବିଶ୍ୱ ସମ୍ମୁଖରେ ଆସୁଥିବା ସମସ୍ୟା ଦୂର କରିବା ଲାଗି ମହତ୍ୱାକାଂକ୍ଷୀ ହେବା ଜରୁରୀ। ସେ କହିଛନ୍ତି ଯେ, ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଯାହାଫଳରେ ଏକ ନୂଆ ବିପର୍ୟ୍ୟୟ ବିପତ୍ତିକୁ ରୋକିବା ସହିତ ପୂର୍ବର ବିପତ୍ତି ମୁକାବିଲା କରିବା ନିମନ୍ତେ ଏକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories