www.samajalive.in
Friday, December 12, 2025
26.1 C
Bhubaneswar

ସମ୍ପତ୍ତି ପାଇଁ ହତ୍ୟା : ପରିବାରର ୪ ଜଣଙ୍କୁ ହାଣିଲେ ଯୁବକ

କବିସୂର୍ଯ୍ୟନଗର : ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ବି ପର ହୋଇଯାଏ। ରାତିରେ ଶୋଇଥିବାବେଳେ ପରିବାରର ୪ ଜଣଙ୍କୁ କୁରାଢ଼ିରେ ହାଣି ପକାଇଛନ୍ତି ନୃଶଂସ ପୁଅ। ସୂଚନା ଅନୁସାରେ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ ଘଟିଛି ଏହି ଅଘଟଣ। ଆହତ ବ୍ୟକ୍ତିମାନେ ଗୋଟିଏ ପରିବାରର। ସେମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା ହରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଃଖୀଆମା ରେଡ୍ଡୀ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ପାଣ୍ଡଵ ରେଡ଼ୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ଆସି ନିଜ ବାପା ସମ୍ପତ୍ତିରେ ଭାଗ ନେବାକୁ ଦାବି କରିଥିଲେ। ହେଲେ ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ। ଏହି ପ୍ରସଙ୍ଗକୁ ନେଇ ପରିବାରରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ଏହି ସମୟରେ ପାଣ୍ଡଵ ଓ ତାଙ୍କ ସ୍ତ୍ରୀ ପ୍ରଥମେ ବାପାମା’ଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ପାଟି ଶୁଣି ଭଉଣୀ ମଧ୍ୟ ଦୌଡ଼ି ଆସିଥିଲେ। ତାଙ୍କୁ ବି କୁରାଢ଼ିରେ ଆକ୍ରମଣ କରି ଭାଇବୋହୂ ମାମା ରେଡ଼ୀଙ୍କୁ ମଧ୍ୟ କୁରାଢ଼ି ଆକ୍ରମଣ କରି ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିଲେ। ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ଗ୍ରାମବାସୀ। ଘଟଣା ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories