www.samajalive.in
Friday, December 12, 2025
16.1 C
Bhubaneswar

ଦିନକରେ ୭୫ ଫୌଜଦାରୀ ମାମଲାର ରାୟ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଯୋଡ଼ି ହୋଇଛି ଆଉ ଏକ ଇତିହାସର ଗରିମାମୟ ଫର୍ଦ। ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଗୋଟିଏ ଦିନରେ ୭୫ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ବିତ କରିଛି।
ଉଚ୍ଚନ୍ୟାୟାଳୟର ସମସ୍ତ ଐତିହାସିକ କୃତିତ୍ବ ସହ ବର୍ତ୍ତମାନର ଏହି ୭୫ ଫୌଜଦାରୀ ମାମଲାର ରାୟ ଗତ ୭ ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି। ବିଚାରପତି ଦେବବ୍ରତ ଦାଶ ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ୭୫ଟି ଫୌଜଦାରୀ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହା ଦେଶର ସାମ୍ବିଧାନିକ ତଥା ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ଏହି ଫୌଜଦାରୀ ମାମଲାଗୁଡ଼ିକ ଗତ ୭ ବର୍ଷ ବା ତଦୂର୍ଦ୍ଧ୍ବ ସମୟ ଧରି ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଥିଲା। ସମସ୍ତ ମାମଲା ରାଜ୍ୟର ଜିଲା ଅଦାଲତଙ୍କ ରାୟକୁ ବିରୋଧ କରି ଉଚ୍ଚନ୍ୟାୟାଳୟରେ ବିଚାର ପାଇଁ ପଡ଼ି ରହିଥିଲା। ସମସ୍ତ ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨ (ହତ୍ୟା) ମାମଲା ଥିଲା। ୨୦୨୩ ଜୁନ୍‌ ୨୧ରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା। ବିଶେଷ କରି ଊଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଏକ ଯଥା ଯୋଗ୍ୟ ସମ୍ମାନ ହୋଇପାରିଛି। ସର୍ବୋଚ୍ଚ ନ୍ୟାୟାଳୟରେ ୨୦୨୨ ନଭେମ୍ବର ୨୬ର
ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ନ୍ୟାୟପାଳିକାରେ ଫୌଜଦାରୀ ମାମଲାଗୁଡ଼ିକ ବିଚାର ନହୋଇ ଦୀର୍ଘ ଦିନ ଧରି ପଡ଼ିରହୁଛି। ଏହାଦ୍ୱାରା ବହୁସଂଖ୍ୟକ ନିରୀହ ଲୋକ ବିଳମ୍ବିତ ନ୍ୟାୟ ପାଇଁ ନାନା ଦୁର୍ଦଶା ଭୋଗ କରୁଛନ୍ତି।
ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ସେମାନେ ଜୀବନ ବିତାଉଛନ୍ତି। ସେମାନଙ୍କ ମୂଲ୍ୟବାନ ଜୀବନ ଓ ସମୟ ଜେଲ ମଧ୍ୟରେ ନଷ୍ଟ ହୋଇଯାଉଛି; ହେଲେ ସେମାନଙ୍କ ମାମଲାର ଫଇସଲା ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରୁ ନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତିଙ୍କ କଥାକୁ ସମ୍ମାନ ଜଣାଇ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିଥିବା ଏହି ପଦକ୍ଷେପ ତା’ର ନ୍ୟାୟିକ ପରମ୍ପରାକୁ ମହାନ୍‌ କରିଛି ବୋଲି କୁହାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories