www.samajalive.in
Sunday, December 14, 2025
19.1 C
Bhubaneswar

କାର ଧକ୍କା ଦେଇ ଯୁବତୀଙ୍କୁ ଉଠାନେଇଥିବା ଯୁବକ ଗିରଫ

ଆଠଗଡ : ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କୁ ଏକ କାର ଧକ୍କା ଦେଇ ସେହି କାରରେ ଦୁବୃତ୍ତମାନେ ଉଠାଇ ନେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଛତାବର ନିକଟରେ। ଆଠଗଡ଼-ମୁଣ୍ଡଳୀ ରାସ୍ତାରେ ମୁଣ୍ଡଳୀ ଆଡୁ ଏକ ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କୁ ପଛପଟୁ ପିଛା କରୁଥିବା ଗୋଟିଏ କାର ଆସି ଧକ୍କା ଦେଇଥିଲା । ସ୍କୁଟି ସହିତ ଯୁବତୀ ଜଣକ ରାସ୍ତା ଉପରେ ପଡି ଯିବାରୁ କାର ଭିତରୁ ଦୁଇ ଜଣ ଯୁବକ ବାହାରି ଯୁବତୀ ଜଣଙ୍କୁ ଜବରଦସ୍ତ ଆଠଗଡ ଆଡକୁ ଯାଇଥିବା ରାସ୍ତାରେ ନେଇ ଫେରାର ହୋଇ ଯାଇଥିବା ଜଣାପଡିଛି। ସେଠାରେ ଥିବା ଏକ ହୋଟେଲର ମାଲିକ ବିଭୁ ନାରାୟଣ ତ୍ରୀପାଠୀ ପ୍ରତ୍ୟକ୍ଷଦର୍ଶୀ ଭାବେ ଏହା କହିଛନ୍ତି । ଯୁବତୀଙ୍କ ପରିଚୟ ମିଳି ପାରି ନ ଥିବା ବେଳେ କାରରେ ଆସିଥିବା ଯୁବକ ମାନେ କିଏ ଏବଂ କାହିଁକି ଏଭଳି ଅପହରଣ ଭଳି କାଣ୍ଡ କଲେ ତାହା ଜଣା ପଡିନାହିଁ । ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଥିବା ଯୁବତୀଙ୍କ ସ୍କୁଟିକୁ ନେଇ ଅନୁସନ୍ଧାନ କରିବା ସହିତ ସବୁ ରାସ୍ତା ସିଲ୍ କରି ଯାଞ୍ଚ କରିଥିଲା। ଭାରପ୍ରାପ୍ତ ଆଇଆଇସି ବିଶ୍ଵଜିତ ଜେନାଙ୍କ ନେତୃତ୍ବରେ ଏଏସ୍ଆଇ ଗୀତା ନାୟକ ଓ ଅନ୍ୟ କେତେକଜଣ ପୁଲିସ ମୁଣ୍ଡଳୀ ରାସ୍ତାରେ ପାଟ୍ରୋଲିଂ କରି ଶେଷରେ ବାରଙ୍ଗ ନିକଟରୁ ସଂପୃକ୍ତ କାରକୁ ଧରିଥିଲେ। କାରରେ ଥିବା କନ୍ତୋଲ ଅଞ୍ଚଳର ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିବା ଏବଂ ଅପହରଣ କରିଥିବା ବେଣ୍ଟପଦା ଗ୍ରାମର ସ୍ବର୍ଗତ ମହେନ୍ଦ୍ର ମହାନ୍ତିଙ୍କ ପୁଅ ମିହିରକୁ ପୁଲିସ ହେପାଜତକୁ ନେଇଥିବା ଜଣାପଡିଛି । ଗାଡିଟି ଆଠଗଡ ଅଞ୍ଚଳର ଏକ ଟ୍ୟାକ୍ସି ହୋଇଥିବାବେଳେ କାର ସହିତ ଚାଳକ, ହେମମାଳପୁରର ବିନୟ ଜେନାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories