www.samajalive.in
Saturday, December 6, 2025
26.1 C
Bhubaneswar

ଭୋଜନ ସମୟରେ ଏହି ଭୁଲ୍‌‌ କରୁଛନ୍ତି କି?

ଓଜନ ହ୍ରାସ ପାଇଁ ଅନେକ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଏଥିପାଇଁ ବ୍ୟାୟାମ ମଧ୍ୟ କରି ଥାଆନ୍ତି। କେତେକ ଖାଦ୍ୟରୁ ନିଜକୁ ଦୂରେଇ ରଖି ଥାଆନ୍ତି। ଅନେକ ସମୟରେ ଏହା ଅଧିକ ଫଳପ୍ରଦ ହୋଇନଥାଏ। କେବଳ ବ୍ୟାୟାମ କିମ୍ବା ଖାଦ୍ୟ ନିୟନ୍ତ୍ରଣ ଓଜନ ହ୍ରାସ କରେ ନାହିଁ କେତେକ ଅଭ୍ୟାସ କାରଣରୁ ଓଜନ ବୃଦ୍ଧି ହୋଇଥାଏ। ଓଜନ ହ୍ରାସ ପାଇଁ କେତେକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ..
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭୋକରେ ରହିବା ଦ୍ୱାରା ଓଜନ ହ୍ରାସ ହୋଇନଥାଏ। ଗୋଟିଏ ସମୟର ଖାଦ୍ୟ ସେବନ ନକରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଏହା ଭୁଲ ଧାରଣା। ଅଧିକ ସମୟ ଯାଏଁ ଭୋକରେ ରହିବା ଦ୍ୱାରା ଓଜନ ହ୍ରାସ ବଦଳରେ ବୃଦ୍ଧି ହୋଇଥାଏ। ମେଟାବୋଲିଜିୟମ କ୍ଷମତା କମିବା ଦ୍ୱାରା ଏହାର ଅନେକ ପ୍ରଭାବ ଶରୀର ଉପରେ ପଡିଥାଏ। ଭୋକରେ ରହିବା ଦ୍ୱାରା ଅନେକ ସମୟରେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇଥାଆନ୍ତି। ଏହା ଓଜନ ବୃଦ୍ଧିର ମୁଖ୍ୟ କାରଣ।
ଖାଦ୍ୟ ଶୀଘ୍ର ଶୀଘ୍ର ଖାଇବା ଦ୍ୱାରା ମୋଟାପଣ ଓ ମଧୁମେହର ହେବାର ସମ୍ଭାବନା ଅଧିକ ଥାଏ। ଶୀଘ୍ର ଶୀଘ୍ର ଖାଦ୍ୟ ସେବନ ଦ୍ୱାରା ମସ୍ତିଷ୍କକୁ ସଠିକ ସଙ୍କେତ ମିଳିନଥାଏ, ଶରୀରକୁ କେତେ ପରିମାଣରେ ଖାଦ୍ୟର ଆବଶ୍ୟକତା ରହିଛି। ଫଳରେ ଅଧିକ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ।
ସର୍ବଦା ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବଜାରର ଖାଦ୍ୟ ଅଧିକ ସେବନ କରନ୍ତୁ ନାହିଁ। ପୁଷ୍ଟିକର ଖାଦ୍ୟ ସେବନ ଶରୀର ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ।
ଭୋଜନ ସମୟରେ କୌଣସି କାମ କରିବା ଉଚିତ ନୁହେଁ। ଏହାସହ ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଖାଦ୍ୟର ପରିମାଣ ଶରୀର ପାଇଁମସ୍ତିଷ୍କ ତାହାର ସଙ୍କେତ ସଠିକ ଭାବେ ଦେଇପାରି ନଥାଏ। ଫଳରେ ଅଧିକ ଖାଦ୍ୟ ସେବନ ହୋଇଥାଏ। ଟିଭି କିମ୍ବା କାମ କରିବା ସମୟରେ ଭୋଜନ କରିବା ଦ୍ୱାରା ଏହା ଭଲ ଭାବେ ହଜମ ହୋଇନଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories