www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପି ସହିତ କାମ କରିବ ଜେଡିଏସ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ଏକ ବିରୋଧୀ ଦଳ ହେଉଛି ଜେଡିଏସ୍‌। ଏହି ବିରୋଧୀ ଦଳ ହିସାବରେ ଜେଡିଏସ୍ ମୁଖ୍ୟ ବିରୋଧୀ ଦଳ ବିଜେପି ସହିତ ମିଶି ରାଜ୍ୟର ହିତ ପାଇଁ କାମ କରିବ ବୋଲି ଜେଡିଏସ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ କହିଛନ୍ତି। ଜେଡିଏସ୍‌ର ବିଧାୟକ ଦଳ ବୈଠକ ପରେ କୁମାରସ୍ବାମୀ ସାମ୍ବାଦିକଙ୍କୁ ଏପରି ଉତ୍ତର ଦେଇଛନ୍ତି। ବିଧାୟକ ଦଳ ବୈଠକରେ ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଉପସ୍ଥିତ ଥିଲେ। ବୈଠକରେ ଗୌଡା ପୁଅ କୁମାରସ୍ବାମୀଙ୍କୁ ଦଳୀୟ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କରିଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏରେ ଜେଡିଏସ୍ ସାମିଲ ହେବ କି ନାହିଁ ସେ ସମ୍ପର୍କିତ ପ୍ରଶ୍ନର ଦେଇନାହାନ୍ତି କୁମାରସ୍ବାମୀ। କୁମାରସ୍ବାମୀ କହିଛନ୍ତି ଯେ ଲୋକସଭା ନିର୍ବାଚନକୁ ଆହୁରି ବହୁତ ସମୟ ବାକି ରହିଛି। ତେଣୁ ଏ ସମ୍ପର୍କରେ ଏବେ ଠାରୁ କୌଣସି ନିଷ୍ପତ୍ତି ନେବା ଠିକ୍ ନୁହେଁ। ସୂଚନାଯୋଗ୍ୟ ଗତ ସପ୍ତାହରେ ଅନୁଷ୍ଠିତ ବିରୋଧୀ ଦଳଗୁଡିକର ବୈଠକକୁ ଜେଡିଏସ୍‌କୁ ନିମନ୍ତ୍ରଣ କରାଯାଇ ନଥିଲା। ସେତେବେଳେ ମଧ୍ୟ କୁମାରସ୍ବାମୀଙ୍କୁ ଏନଡିଏ ଆଡକୁ ଢଳିବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ଓ ସେ ଅନୁରୂପ ଜବାବ ଦେଇଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories