ବ୍ଲକ ଛାତ୍ର ବିଜେଡି ସଭାପତି ହେଲେ ଭବାନୀ ଶଙ୍କର
ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ଶିଆଳିଜୋଡା ଗ୍ରାମର ଯୁବକ ଭବାନୀ ଶଙ୍କର ମହାନ୍ତ ଦଳୀୟ ସାମାଜିକ ଗଣ ମାଧ୍ୟମର ଜଣେ ଆଗଧାଡ଼ିର ପ୍ରଚାରକ ଭାବେ କାର୍ଯ୍ୟ କରୁଥିବା ବେଳେ ବିଜୁ ଜନତା ଦଳ ତାଙ୍କୁ ପୁରସ୍କୃତ କରିଛି। ସେ ସାହାରପଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି। ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଶ୍ରୀ ମହାନ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଜଣାଇବା ସହ ଦଳରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
Comments are closed.