www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଲଜ୍ଜା : ପଶ୍ଚିମବଙ୍ଗରେ ମଣିପୁର ଘଟଣାର ପୁନରାବୃତ୍ତି

ଡେସ୍କ : ପୁଣି ଲଜ୍ଜା ଓ ଅମାନବୀୟ ଘଟଣା। ମଣିପୁର ପରେ ପଶ୍ଚିମବଙ୍ଗରେ । ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଭିଡିଓ ପ୍ରଘଟ ହୋଇଛି । ଏକ ଅଭାବନୀୟ ଘଟଣା କ୍ରମରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ମହିଳା ଗୋଷ୍ଠୀର ସଦସ୍ୟାମାନେ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗର ମାଲଦାରେ ଚୋରି ପାଇଁ ଏହି ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ମଣିପୁର ଭଳି ସ୍ଥିତି ପଶ୍ଚିମବଙ୍ଗରେ ଉପୁଜିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଘଟଣାକୁ ନେଇ ବିଜେପି ମମତା ବାନାର୍ଜୀ ସରକାରଙ୍କୁ ଘେରିଛି । ଶୁକ୍ରବାର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଭିଡିଓ ପୋଷ୍ଟ କରିଥିଲେ । ଏହି ଘଟଣାକୁ ନେଇ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି।

- Advertisement -

ଜୁଲାଇ ୮ ତାରିଖ ପଞ୍ଚାୟତ ନିର୍ବାଚନ ଦିନ ସକାଳେ ଏହି ଘଟଣା ଘଟିଛି ବୋଲି କୁହାଯାଉଛି । ଦଳିତ ମହିଳାଙ୍କୁ ଭିଡ଼ ଭିତରେ ମାଡ଼ ମରାଯାଇଛି । ୪୦ରୁ ଅଧିକ ଟିଏମସି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ଅନ୍ୟ ପକ୍ଷରେଏହି ଘଟଣାକୁ ରାଜନୀତିକରଣ ନକରିବାକୁ ଟିଏମସି ପକ୍ଷରୁ ହୁହାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories