www.samajalive.in
Monday, December 8, 2025
27.1 C
Bhubaneswar

ଟେଣ୍ଟହାଉସ ମାଲିକଙ୍କ ମୃତଦେହ କେନାଲରୁ ଜବତ

ପିପିଲି:ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲରୁ ଜଣେ ଟେଣ୍ଟହାଉସ୍‍ ମାଲିକଙ୍କ ମୃତଦେହକୁ ଭାସମାନ ଅବସ୍ଥାରେ ଶନିବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାମ ନରେନ୍ଦ୍ର ସାହୁ (୫୦) ଓ ତାଙ୍କ ଘର ନିକଟବର୍ତ୍ତି କୃଷ୍ଣପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି।

ଜଗନ୍ନାଥପୁର ଦେଇ ଯାଇଥିବା ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲରେ ଶନିବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ କେନାଲରୁ ମୃତଦେହକୁ ଉଦ୍ଧାର କରିଥିଲା। ମୃତକଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ସେ ଏକ ଟେଣ୍ଟହାଉସ୍‍ର ମାଲିକ ହୋଇଥିବା ବେଳେ ଗତ ୨ଦିନ ଧରି ଘରୁ ନିଖୋଜ ଥିବା ସୂଚନା ମିଳିଛି। ପୁଲିସ ମୃତଦେହର ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories