www.samajalive.in
Saturday, December 6, 2025
14.1 C
Bhubaneswar

ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତଦିନରେ ଚର୍ମ ଶୁଷ୍କ ହୋଇଯାଏ। ମାତ୍ର ଗୋଇଠି ଫାଟିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଅଟେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର କ୍ରିମ, ଲୋସନ ଆଦିର ବ୍ୟବହାର କରିବାକୁ ପଡ଼େ। ବହୁ ସମୟରେ ଏହାର କୁପ୍ରଭାବ ମଧ୍ୟ ପଡ଼ିଥାଏ। କିନ୍ତୁ କିଛି ସହଜ ଉପାୟ ମାଧ୍ୟମରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ସହଜ ଘରୋଇ ଉପାୟ ବିଷୟରେ….

ଗୋଲାପ ଜଳ ଓ ଗ୍ଲିସରିନ୍‍
ଗୋଲାପ ଜଳ ଓ ଗ୍ଲିସରିନ୍‍ ପାଦ ପାଇଁ ଖୁବ ଲାଭଦାୟକ ଅଟେ। ଗୋଲାପ ଜଳରେ ଭିଟାମିନ ଏ, ବି –ଥ୍ରୀ, ସି ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ। ଫଳରେ ଏହାକୁ ମିଶାଇ ଲଗାଇବା ଦ୍ୱାରା ଗୋଇଠି ନରମ ହେବା ସହ ଫଟା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଲେମ୍ବୁ
ପାଣିକୁ ଅଳ୍ପ ଉଷୁମ କରି ସେଥିରେ ଲେମ୍ବୁ ଚିପୁଡ଼ି ପାଦକୁ ୧୦ ରୁ ୧୫ ମିନିଟ୍ ରଖିବା ଦ୍ୱାରା ଗୋଇଠି ଫଟାରୁ ମୁକ୍ତି ମିଳିଥାଏ। ଏହାକୁ ନିୟମତି କରିବା ଆବଶ୍ୟକ।

ତେଲର ବ୍ୟବହାର
ନିୟମିତ ତେଲର ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ରାତିରେ ପାଦକୁ ଭଲ ଭାବେ ଧୋଇ ତେଲ ଲଗାଇବା ଆବଶ୍ୟକ। ଅଲିଭ ଅଏଲ, ନଡ଼ିଆ ତେଲ ଯେକୌଣସି ତେଲର ବ୍ୟବହାର କରିପାରିବେ। ଏପରି କରିବା ଦ୍ୱାରା ଗୋଇଠି ଫାଟିବା ସଂପୂର୍ଣ୍ଣ ଭଲ ହୋଇଯାଇଥାଏ।
ଗୋଇଠି ଫାଟିବା ସମୟରେ ପିଆଜ, ରସୁଣ, ଘିଅ, ବଟର ଆଦି ଖାଇବା ମଧ୍ୟ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ୱାରା ଗୋଇଠି ଫଟା କମ୍ ହୋଇଥାଏ।

ଘାସରେ ଚାଲିବା
ସକାଳେ ନିୟମିତ ୧୦ ରୁ ୧୫ ମିନିଟ୍ ଘାସରେ ଚାଲିବା ଦ୍ୱାରା ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories