www.samajalive.in
Sunday, December 7, 2025
13.1 C
Bhubaneswar

ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ବର  ଅପରାଧୀଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଆପଣାଇଛି କମିସନରେଟ ପୁଲିସ। ୭ ଅପରାଧୀଙ୍କ ୫ଟି ଘରକୁ ଗୁରୁବାର ପୁଲିସ ମାଟିରେ ମିଶାଇଛି। ବୁଲଡୋଜର ସାହାଯ୍ୟରେ ସେମାନଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। ପୁଲିସର ଏପରି କଠୋର କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ୟୁନିଟ୍‌-୬ ଜିଇଡି ବସ୍ତିର ସୁଶାନ୍ତ ନାୟକ ହତ୍ୟାକାଣ୍ଡ ଓ ଏଏସ୍‌ଓଙ୍କ ଘରୁ ଚୋରି କରି ଧରାପଡିଥିବା ଅଭିଯୁକ୍ତଙ୍କ ଘରକୁ ଭଙ୍ଗାଯାଇଥିବା ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।
ସୁରକ୍ଷିତ ସହର ଗଢ଼ିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଏହି ଅଭିଯାନକ୍ରମେ ଗତ କିଛିଦିନ ତଳେ ‌େ‌କବିଏନ୍‌ ଗ୍ରୁପ୍‌ର ଅପରାଧୀଙ୍କ ଘରକୁ ପୁଲିସ ଭାଙ୍ଗିଥିଲା। ଗତ ଏପ୍ରିଲ ମାସରେ କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ବିଶାଳ ନାୟକ, ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକଙ୍କୁ ଗିରଫ କରିଥିଲା। ସେମାନଙ୍କ ଘରକୁ ପୁଲିସ ଭାଙ୍ଗିଛି। ସେହିପରି ବିଧାନସଭାର ଜଣେ ଏଏସ୍‌ଓଙ୍କ ଘରୁ ଚୋରି କରିବା ଘଟଣାରେ ପୁଲିସ ୟୁନିଟ୍‌-୫ର ଦିଲୁ ଓରଫ ଦିଲୀପ ବିଶୋଇ, ପିଙ୍କୁ ଓରଫ କାହ୍ନା ପ୍ରଧାନ ଓ ୟୁନିଟ୍‌-୬ର ପପୁ ଓରଫ ସୁରେଶ ନାୟକକୁ ଗିରଫ କରିଥିଲା। ଉପରୋକ୍ତ ୩ ଅଭିଯୁକ୍ତଙ୍କ ଘରକୁ ମଧ୍ୟ ପୁଲିସ ଗୁରୁବାର ଭାଙ୍ଗିଛି। ସରକାରୀ ଜାଗାରେ ଅଭିଯୁକ୍ତମାନେ ଘର କରି ପରିବାର ସହ ରହୁଥିଲେ। ଏଠାରେ ରହି ନିଶା କାରବାର କରିବା ସହ ବିଭିନ୍ନ ଅପରାଧ ଘଟାଉଥିଲେ। ଅପରାଧୀଙ୍କୁ ଏହା ଏକ ଚେତାବନୀ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories