www.samajalive.in
Sunday, December 14, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ’ ସମାଜ ପ୍ରତିନିଧି

ପାଟଣା : ସର୍ବ ଭାରତେ ଆଦିବାସୀ ହୋ’ ସମାଜ ପରିଷଦ ତରଫରୁ ଏକ ପ୍ରତିନିଧି ଦଳ ବୁଧବାର ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ହୋ’ ଭାଷା କିଭଳି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହେବ ସେହି ବିଷୟରେ ମାର୍ଗଦର୍ଶନ ପାଇଁ ରାଷ୍ଟ୍ରପତି ମହୋଦୟାଙ୍କୁ ପ୍ରତିନିଧି ମାନେ ଅନୁରୋଧ କରିଥିଲେ। ଦିଲ୍ଲୀରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ଯୁବ ପିଢୀ କିଭଳି ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ି ହୋଇ ସମ୍ମାନର ସହିତ ନିଜ ଗୋଡରେ ଠିଆ ହେବେ ସେ ବିଷୟରେ ଚର୍ଚ୍ଚା କରାଯାଇଥିଲା। ରାଷ୍ଟ୍ରପତିଙ୍କର ମାର୍ଗ ଦର୍ଶନ ପାଇଁ ପ୍ରତିନିଧି ମାନେ ନିବେଦନ କରିଥିଲେ। ପ୍ରତିନିଧି ଦଳରେ ଓଡିଶାରୁ ଜାତୀୟ ମହିଳା ମୋର୍ଚ୍ଚା ସଦସ୍ୟା ଦାଶମତି ଚାତାର, ବିକ୍ରମ ମୁଣ୍ଡା, ନୀଲ କମଲ,ଏଲଭିନା, ମୀନା ଚାତାର୍ ଏବଂ ଝାଡଖଣ୍ଡରୁ ଗଙ୍ଗାରାମ ଗାଗରାଇ ଓ ମଦନ ସାମାଡ ପ୍ରମୁଖ ସାମିଲ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories