www.samajalive.in
Friday, December 5, 2025
17.1 C
Bhubaneswar

ଭୂସ୍ଖଳନରେ ୧୦ ମୃତ ; ଉଦ୍ଧାରକାର୍ଯ୍ୟ ଜାରି

ମୁମ୍ବଇ : ମହାରାଷ୍ଟ୍ରରେ ରାୟଗଡରେ ଏକ ବଡ ଅଘଟଣ ଘଟିଛି। ରାୟଗଡରେ ଭୂସ୍ଖଳନରେ ୩୦ରୁ ଅଧିକ ପରିବାର ଫସି ରହିଥିବା ନେଇ ଆଶଙ୍କା ରହିଛି। ଭୂସ୍ଖଳନରେ ଏଯାଏଁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ରାୟଗଡର ଖାଲାପୁର ତହସିଲ୍‌‌ ଅନ୍ତର୍ଗତ ଝରଶାଲବାଡି ଗାଁ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅନେକ ଲୋକେ ଫସି ରହିଛନ୍ତି। ଭୂସ୍ଖଳନ ହୋଇଥିବା ସ୍ଥାନଟି ମୋରବୀ ଡ୍ୟାମରୁ ୬ କିଲୋମିଟର ଦୂର। ଏଯାଏଁ ୧୦ ମୃତଦେହ ଉଦ୍ଧାର ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଳମ୍ବିତ ରାତିରେ ଏହା ଘଟିଛି ବୋଲି କୁହାଯାଉଛି।
ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏନଡିଆରଏଫର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଫଳରେ ଉଦ୍ଧାର କାର୍ୟ୍ୟ ଶୀଘ୍ର ଶେଷ ହୋଇପାରିବ। ଏହା ସହିତ ଚାରିଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନରେ ଆଦିବାସୀମାନେ ବାସ କରନ୍ତି। ଦୁର୍ଘଟଣାସ୍ଥଳରେ ପାଞ୍ଚ-ଛଅ ଘର ଏବଂ ଏକ ସ୍କୁଲକୁ ସୁରକ୍ଷିତ ରହିଛି। ବର୍ଷା ଯୋଗୁଁ ୧୦-୧୨ ଲୋକ ବିଦ୍ୟାଳୟରେ ରହୁଥିଲେ। ଯେଉଁଥିପାଇଁ ସେମାନଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ, ମୋର୍ବି ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ପାଞ୍ଚ ଜଣଙ୍କ ଜୀବନ ମଧ୍ୟ ବଞ୍ଚିଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories