www.samajalive.in
Friday, December 5, 2025
27.1 C
Bhubaneswar

ଗୁଡଭେଲା ବ୍ଳକରେ ବିକାଶ ନାଁରେ  ହରିଲୁଟ୍ ; ୩ ମାସ ଗଲାନି ବଜାର ପିଣ୍ଢି

ଗୁଡଭେଲା : କୋଟି କୋଟି ଟଙ୍କାରେ ଅନ୍ଧାରି ଅଞ୍ଚଳରେ ଉନ୍ନୟନ କାମ ହୋଇଛି ହେଲେ ବର୍ଷର ପ୍ରଥମ ବର୍ଷାରେ  କାମ ଗୁଡିକ ଧୋଇ ହେଉଥିବାରୁ ଉନ୍ନତି ମୂଳକ କାମରେ କେମିତି ଭାବରେ ହରିଲୁଟ ହେଉଛି ତାର ଚିତ୍ର ସାମ୍ନାକୁ ଆସୁଛି।  ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଯାହା ଉନ୍ନୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ ବିକାଶ ନାଁରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଟଙ୍କା  ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଯାହା ଦ୍ୱାରା କମ୍ ଦିନରେ ପ୍ରକଳ୍ପ  ଭାଙ୍ଗି ଚୁରମାର ହେଉଥିବା ଅଭିଯୋଗ ହେଉଛି ।
ଗୁଡଭେଲା ବ୍ଳକ ସଦର ପଞ୍ଚାୟତ ସପ୍ତାହିକ ବଜାରରେ ମାର୍କେଟ କମ୍ପ୍ଳେସ ନିର୍ମାଣ କରିବା ପାଇଁ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ ଲକ୍ଷରେ ୫ଟି ପିଣ୍ଢି ନିର୍ମାଣ ହୋଇଥିବା ଫଳକରେ ସୂଚନା ଥିବା ବେଳେ କେଉଁ କାର୍ଯ୍ୟ ନିର୍ବାହି ସଂସ୍ଥା କାର୍ଯ୍ୟ କରିଛି ଓ କେଉଁ ପାଣ୍ଠିରୁ ଟଙ୍କା ଆସିଛି ତାହା ସୂଚନା ଦିଆ ହୋଇ ନାହିଁ  । ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ନିର୍ମାଣ ସମୟରେ ଅତି ନିମ୍ନମାନର କାମ ହୋଇ ଥିବାରୁ ୩ ମାସ ଭିତରେ ପିଣ୍ଢି ଦୁଇ ଫାଳ ହୋଇ ଫାଟି ଯାଇଥିବା ଅଭିଯୋଗ ହୋଇଛି । ଗୁଡଭେଲା ବିଡ଼ିଓ ଗୁରେଶ୍ବର ଭୋଇ ଓ ସହକାରୀ ଯନ୍ତ୍ରୀ ଅମିତ ମୁର୍ମୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ୍ କରି ନ ଥିଲେ । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସଂପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories