www.samajalive.in
Wednesday, December 10, 2025
15.1 C
Bhubaneswar

ଭୂସ୍ଖଳନରେ ୧୦ ମୃତ ; ଉଦ୍ଧାରକାର୍ଯ୍ୟ ଜାରି

ମୁମ୍ବଇ : ମହାରାଷ୍ଟ୍ରରେ ରାୟଗଡରେ ଏକ ବଡ ଅଘଟଣ ଘଟିଛି। ରାୟଗଡରେ ଭୂସ୍ଖଳନରେ ୩୦ରୁ ଅଧିକ ପରିବାର ଫସି ରହିଥିବା ନେଇ ଆଶଙ୍କା ରହିଛି। ଭୂସ୍ଖଳନରେ ଏଯାଏଁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ରାୟଗଡର ଖାଲାପୁର ତହସିଲ୍‌‌ ଅନ୍ତର୍ଗତ ଝରଶାଲବାଡି ଗାଁ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅନେକ ଲୋକେ ଫସି ରହିଛନ୍ତି। ଭୂସ୍ଖଳନ ହୋଇଥିବା ସ୍ଥାନଟି ମୋରବୀ ଡ୍ୟାମରୁ ୬ କିଲୋମିଟର ଦୂର। ଏଯାଏଁ ୧୦ ମୃତଦେହ ଉଦ୍ଧାର ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଳମ୍ବିତ ରାତିରେ ଏହା ଘଟିଛି ବୋଲି କୁହାଯାଉଛି।
ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏନଡିଆରଏଫର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଫଳରେ ଉଦ୍ଧାର କାର୍ୟ୍ୟ ଶୀଘ୍ର ଶେଷ ହୋଇପାରିବ। ଏହା ସହିତ ଚାରିଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନରେ ଆଦିବାସୀମାନେ ବାସ କରନ୍ତି। ଦୁର୍ଘଟଣାସ୍ଥଳରେ ପାଞ୍ଚ-ଛଅ ଘର ଏବଂ ଏକ ସ୍କୁଲକୁ ସୁରକ୍ଷିତ ରହିଛି। ବର୍ଷା ଯୋଗୁଁ ୧୦-୧୨ ଲୋକ ବିଦ୍ୟାଳୟରେ ରହୁଥିଲେ। ଯେଉଁଥିପାଇଁ ସେମାନଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ, ମୋର୍ବି ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ପାଞ୍ଚ ଜଣଙ୍କ ଜୀବନ ମଧ୍ୟ ବଞ୍ଚିଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories