www.samajalive.in
Sunday, December 14, 2025
23.1 C
Bhubaneswar

ଦାରିଦ୍ର୍ୟକୁ ହରାଉଛି ଓଡ଼ିଶା, ୧୩.୬୫% ଦାରିଦ୍ର୍ୟ ହ୍ରାସ

ଭୁବନେଶ୍ୱର: ଦାରିଦ୍ର୍ୟକୁ ହରାଉଛି ଓଡ଼ିଶା। ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୬୨.୬୩ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଥିବା ରାଜ୍ୟ ମଧ୍ୟରେ ବିହାର ଶୀର୍ଷରେ ରହିଛି। ବିହାରରେ ସର୍ବାଧିକ ୧୮.୧୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିଲେ ହେଁ ଏବେ ବି ୩୩.୭୬ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧୫.୬୮ ପ୍ରତିଶତ ଦାରିଦ୍ର୍ୟକୁ ନେଇ ରାଜ୍ୟ ଅଷ୍ଟମ ସ୍ଥାନରେ ରହିଛି। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୧୩.୬୫ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି ବୋଲି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକା’ଙ୍କ ତଥ୍ୟରୁ ଜଣାଯାଇଛି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/odisha-news-1225/482864.html

- Advertisement -

ନୀତି ଆୟୋଗଙ୍କ ପକ୍ଷରୁ ପୁଷ୍ଟି, ଶିଶୁ ଓ ମାତୃ ମୃତ୍ୟୁହାର, ଶିକ୍ଷା, ପାନୀୟଜଳ, ବିଦ୍ୟୁତ, ଆବାସ, ସମ୍ପତ୍ତି ଓ ବ୍ୟାଙ୍କ ଖାତା ଭଳି କେତେକ କ୍ଷେତ୍ରରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ-୪ ଏବଂ ୫କୁ ଆଧାର କରି ଏହି ରିପୋର୍ଟ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ୫ବର୍ଷ ପୂର୍ବରୁ ଓଡ଼ିଶାରେ ୨୯.୩୪ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଏହାକୁ ନେଇ ନୀତି ଆୟୋଗଙ୍କ ପକ୍ଷରୁ ଉପରୋକ୍ତ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଅଗ୍ରଗତି ହେବା ପରେ ଗତ ୫ବର୍ଷରେ ୧୩. ୬୫ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି। ଓଡ଼ିଶାର ସାଢ଼େ ୪କୋଟି ଜନସଂଖ୍ୟା ତୁଳନାକୁ ନେଲେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ଉପରକୁ ୬୨.୬୩ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହି ସମୟ ମଧ୍ୟରେ ଉଠିଛନ୍ତି। ଏହାସତ୍ତ୍ବେ ଓଡ଼ିଶା ଏବେ ବି ଗରିବୀର ଅଷ୍ଟମ ସ୍ଥାନରେ ରହିଛି। ବିହାରରେ ଗତ ୫ବର୍ଷ ମଧ୍ୟରେ ଦାରିଦ୍ର୍ୟ ହ୍ରାସ ପାଇବା ସତ୍ତ୍ବେ ଏବେ ବି ୩୩.୭୬ ପ୍ରତିଶତ ଗରିବଙ୍କୁ ନେଇ ପ୍ରଥମ ସ୍ଥାନରେ ରହିଥିବାବେଳେ ଝାଡ଼ଖଣ୍ଡ ଦ୍ବିତୀୟ, ମେଘାଳୟ ତୃତୀୟରେ ରହିଛି।

ଗତ ୫ବର୍ଷ ମଧ୍ୟରେ ନୀତି ଆୟୋଗଙ୍କ ପକ୍ଷରୁ ଆକାଂକ୍ଷୀ ଜିଲା ଘୋଷଣା କରାଯାଇ ବହୁବିଧ ଯୋଜନା ପ୍ରଣୟନ ସତ୍ତ୍ବେ ମାଲକାନାଗିରି ଜିଲା ରାଜ୍ୟର ସବୁଠାରୁ ଅଧିକ ଲୋକ ଦାରିଦ୍ର୍ୟ ସମୀରେଖା ତଳେ ଅଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ସ୍ଥିତି ଏବେ ବି ସଙ୍ଗୀନ ରହିଛି। ଓଡିଶା ଜନସଂଖ୍ୟାର ୧୫.୬୮ ପ୍ରତିଶତ ଦାରିଦ୍ର୍ୟ ସୀମାରେଖାତଳେ ଥିବା ବେଳେ ଆଦିବାସୀ ବହୁଳ ମାଲାକାନଗିରିରେ ଏହି ହାର ୪୫.୦୧ ପ୍ରତିଶତ, ରାୟଗଡାରେ ୩୪.୦୩, କୋରାପୁଟରେ ୩୩.୫୪, ନବରଙ୍ଗପୁରରେ ୩୩.୪୫, ମୟୂରଭଞ୍ଜରେ ୩୦.୫୭, ଗଜପତିରେ ୨୮.୧୪ ଓ
ଖଣି ବହୁଳ କେନ୍ଦୁଝରରେ ୨୫.୩୦ ପ୍ରତିଶତ ରହିଛି। ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମରେଖା ତଳେ ରହିଛନ୍ତି। ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ କଳାହାଣ୍ଡିରେ ସର୍ବାଧିକ ୨୭.୮୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଏହା ତଳକୁ ନବରଙ୍ଗପୁର, ଦେବଗଡ଼ ରହିଥିବାବେଳେ ଯାଜପୁରରେ ୬.୬୫ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଥିବା ଜଣାଯାଇଛି।

ନୀତି ଆୟୋଗର ଶିକ୍ଷା ତଥ୍ୟ ଅନୁଯାୟୀ, ଭାରତର ୧୧.୪୦ ପ୍ରତିଶତ ବାଳକ ବାଳିକା ଶିକ୍ଷାରୁ ବଞ୍ଚିତ ଥିଲା ବେଳେ ଓଡିଶାରେ ତାହା ୧୩.୪୪ ପ୍ରତିଶତ ରହିଛି। ସ୍ୱଚ୍ଛ ରୋଷେଇ ଇନ୍ଧନ ଦୃଷ୍ଟିରୁ ଭାରତର ୪୩.୯୦ ପ୍ରତିଶତ ଜନତା ବଞ୍ଚିତ ଥିଲା ବେଳେ ଓଡିଶାରେ ତାହା ୬୫.୯୪ ପ୍ରତିଶତ। ଉପଯୁକ୍ତ ପରିମଳ ସେବାରୁ ଭାରତର ୩୦.୧୩ ପ୍ରତିଶତ ଲୋକେ ବଞ୍ଚିତ ଥିଲାବେଳେ ଓଡିଶାରେ ତାହା ୩୯.୮୫ ପ୍ରତିଶତ ରହିଛି। ଦେଶର ୭.୩୨ ପ୍ରତିଶତ ଜନସଂଖ୍ୟା ସ୍ୱଚ୍ଛ ପାନୀୟ ଜଳ ପାଉ ନଥିବା ବେଳେ ଓଡିଶାରେ ୧୩.୫୫ ପ୍ରତିଶତ ଲୋକେ ସ୍ବଚ୍ଛ ପାନୀୟଜଳ ପାଉ ନାହାନ୍ତି। ସେହିପରି ବିଦ୍ୟୁତ୍ କ୍ଷେତ୍ରରେ ୩.୦୪ ପ୍ରତିଶତ ଲୋକେ ବଞ୍ଚିତ ଥିବାବେଳେ ୨.୫୩ ପ୍ରତିଶତ ଲୋକ ବ୍ୟାଙ୍କ ଖାତା ଖୋଲି ନଥିବା ରିପୋର୍ଟରୁ ଜଣାଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories