www.samajalive.in
Friday, December 12, 2025
27.1 C
Bhubaneswar

ଅସହାୟ ଅବସ୍ଥାରେ ବୃଦ୍ଧା ପ୍ରମିଳା

ହରଭଙ୍ଗା: ବୟସ ୬୨ ପୁରିଲାଣି। ପରିଣତ ବୟସରେ ଚାଲିବୁଲି ପାରୁନଥିବା ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ଅନ୍ୟର ପିଣ୍ଡାରେ ଦିନ କାଟୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ କଂରଜକଟା ଗ୍ରାମର ମଣ୍ଡପ ସାହିରେ।କଂରଜକଟା ଗ୍ରାମର ମଣ୍ଡପସାହିର ବାସିନ୍ଦା ପ୍ରମିଳା ରାଜହଂସ (୬୨) ପୁରୁଣାକଟକରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ୱାମୀ/ପିଲାଛୁଆଙ୍କୁଧରି ବେଶ ହସଖୁସିରେ ଚଳୁଥିଲେ। କୌଣସି କାରଣରୁ ଦୀର୍ଘ ୨୦ ବର୍ଷ ହେଲା ସେ ସ୍ୱାମୀ/ପିଲାଛୁଆଙ୍କୁ ଛାଡି ନିଜ ଗାଁକୁ ଫେରିଆସି ଭାଇଙ୍କ ଘରେ ରହି ଆସୁଥିଲେ। ବର୍ତମାନ ଭାଇବନ୍ଧୁ କେହି ନପଚାରିବାରୁ ବୃଦ୍ଧା ଜଣଙ୍କ ଏକାକୀ ଅସହାୟ ଅବସ୍ଥାରେ ଚଳୁଛନ୍ତି। ମାଗିଯାଚି ପର ପିଣ୍ଡାରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଏଭଳି ଜଣେ ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ଥଇଥାନ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories