www.samajalive.in
Wednesday, December 10, 2025
26.1 C
Bhubaneswar

ନଗର ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ବିମଲ

ଚୌଦ୍ୱାର: ଚୌଦ୍ୱାର ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଯୁବ ସଂଗଠକ ବିମଲ କୁମାର ବେଉରା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଚୌଦ୍ୱାର ନଗର ବିଜେଡିର ଏହି ପଦବୀଟି ଖାଲି ରହିଥିବା ବେଳେ ସୋମବାର ସ୍ଥାନୀୟ ଟାଉନହଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣି ବୈଠକରେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ଦାୟିତ୍ୱକୁ ବିମଲଙ୍କୁ ପ୍ରଦାନା କରିଥିଲେ। ସୁଚନାଯୋଗ୍ୟ ବିମଲ ଛାତ୍ର ଜୀବନରୁ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ଭାବେ କାର୍ଯ୍ୟକରି ଆସୁଛନ୍ତି। ଆଗାମୀ ଦିନରେ ଦଳର ସ୍ଥିତିକୁ ତୃଣମୁଳ ସ୍ଥରରୁ ଆହୁରୀ ମଜବୁତ କରିବାକୁ ପ୍ରୟାସ ଜାରୀ ରଖିବାକୁ ବିମଲ ପ୍ରକାଶ କରିଛନ୍ତି। ଚୌଦ୍ୱାର ନଗରର ବିଜେଡି କାର୍ଯ୍ୟକାରୀ ସଭାପତି ହେବାପରେ ଯୁବ,ଛାତ୍ର ଓ ମହିଳା ସଂଗଠନ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଧିପନା ପ୍ରକାଶ ପାଇଛି।ଏନେଇ ବିମଲ ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକ, ବିଧାୟକ ସୌଭିକ୍‌‌ ବିଶ୍ୱାଳ, ନଗର ବିଜେଡି ସଭାପତି ବିଷ୍ନୁ ଚରଣ ପରିଡ଼ା, ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories