www.samajalive.in
Saturday, December 13, 2025
26.1 C
Bhubaneswar

ନିୟମ ଉଲ୍ଲଙ୍ଘନ, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ

ଗୋପାଳପୁର: ଗୋଳନ୍ଥରା ପୁଲିସ ପକ୍ଷରୁ ହଳଦିଆପଦର ଓଭର ବ୍ରିଜ ତଳ ଅଞ୍ଚଳକୁ ନୋ ପାର୍କଂ ଜୋନ ଭାବେ ଘୋଷଣା ସହ ଗାଡି ରଖିଲେ ୨୦୦୦ ଟଙ୍କା ଫାଇନ ଆଦାୟ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ନିଷ୍ପତ୍ତିର ୨୪ ଘଣ୍ଟା ନପୁରୁଣୁ ଆଜି ସନ୍ଧ୍ୟା ଜାତୀୟ ରାଜପଥ କାମରେ ନିୟୋଜିତ ରହିଥିବା ଠିକାଦାର ପକ୍ଷରୁ ସେମାନଙ୍କ କ୍ରେନ, ପାଣି ଟ୍ୟାଙ୍କର ସହ ଟ୍ରକ ଗୁଡ଼ିକୁ ପାର୍କିଙ୍ଗ କରିଥିବା ଦେଖିବାକୁ ମିଳିଛି। ଯାହା ଦ୍ଵାରା ପୁଲିସର ଆଇନକୁ ଜାତୀୟ ରାଜପଥ କାମରେ ନିୟୋଜିତ ରହିଥିବା ଠିକାଦାର ପକ୍ଷରୁ ଖୋଲାଖୋଲି ଉଲଂଘନ କରାଯାଇଛି। ଏହା ନେଇ ଥାନା ଆଇଆଇସି ବିବେକାନନ୍ଦ ମହନ୍ତଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଜାତୀୟ ରାଜପଥର ସୁରକ୍ଷା ଦାୟିତ୍ବରେ ନିୟୋଜିତ ର‌ହିଥିବା ଆମ୍ବୁଲାନ୍ସ ଓ କ୍ରେନ ଗୁଡ଼ିକୁ ରଖିବା ପାଇଁ କନିଷି ତହସିଲଦାରଙ୍କୁ ସରକାରୀ ଜାଗା ଦେବା ନିମନ୍ତେ ଆବେଦନ କରାଯାଇଛି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଇ ନ ଥିବାରୁ ବ୍ରିଜ ତଳେ ଗୋଟିଏ ସ୍ଥାନକୁ ଘେରାଓ କରି ଆମ୍ବୁଲାନ୍ସ ରଖିବା ସହ କର୍ମଚାରୀ ମାନେ ରହୁଛନ୍ତି। କିନ୍ତୁ ସେଠାରେ ନୋ ପାର୍କିଙ୍ଗ ଜୋନ ଘୋଷଣା ଅଞ୍ଚଳରେ ଗାଡି ପାର୍କିଂ ନକରିବାକୁ କୁହାଯାଇଛି। ଆଜି ସନ୍ଧ୍ୟାରେ ନୋ ପାର୍କିଙ୍ଗ ଜୋନରେ ଗାଡି ରଖାଯାଇଥିବା ଖବର ପାଇବା ପରେ ଗାଡ଼ି ଡ଼୍ରାଇଭର ସମେତ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଏହା ନେଇ ଅବଗତ କରାଯିବା ସହ ଗାଡି ନ ରଖିବା ପାଇଁ ତାଗିଦ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories