ଚାନ୍ଦିପୁଟ: କେନ୍ଦ୍ର ସରକାରଙ୍କ ୟୁସିସି ଲାଗୁକୁ ବିରୋଧ କରି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋହନା ତହସିଲଦାରଙ୍କୁ ଜରିଆରେ ଆଜି ୨୧ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆବାହାନ କ୍ରମେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବିଭିନ୍ନ ଜନଜାତି ବର୍ଗର ଜନସାଧାରଣ ଓ ଜନପ୍ରତିନିଧିମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ୟୁସିସି ଲାଗୁ କରିବାକୁ ବିରୋଧ କରିଛନ୍ତି। ସରକାର ଯଦି ଏହା ଲାଗୁ କରନ୍ତି, ତେବେ ଆଦିବାସୀ ଜନଜାତି ମାନେ ନିଜର ଅଧିକାର ଓ ପରମ୍ପରା ହରାଇବା ସହ ନିଜ ପରିଚୟ ହରାଇବେ। ତେଣୁ ସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ମୋହନା କୁଇ କନ୍ଧ ଉନ୍ନୟନ ପରିଷଦ ର ସମ୍ପାଦକ ଶରତ ଚନ୍ଦ୍ର ମଲ୍ଲିକ।
Popular Categories



