ଭୁବନେଶ୍ବର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟସ ଅଫିସରଙ୍କ କୁବେର ସମ୍ପତି। ପୂର୍ବତନ ଆକାଉଣ୍ଟସ ଅଫିସର ରାଜେନ୍ଦ୍ର ଦାସଙ୍କ ୮କୋଟିର ସମ୍ପତି ରହିଛି। ମୋଟ ୮କୋଟି ୪ଲକ୍ଷର ସମ୍ପତି ଠାବ କରିଛି ଭିଜିଲାନ୍ସ ଟିମ। ରାଜେନ୍ଦ୍ରଙ୍କ ୮ଟି କୋଠା, ୧.୭କୋଟିର ବ୍ୟାଙ୍କ ଜମା ଠାବ କରାଯାଇଛି। ଆୟଠାରୁ ୫୧୪% ଅଧିକ ସମ୍ପତି ଆହରଣ କରିଥିବା ଭିଜିଲାନ୍ସ କରିଛି। ଚଢ଼ାଉ ପରେ ଲାଞ୍ଚ ସହ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି।



