www.samajalive.in
Thursday, December 11, 2025
14.1 C
Bhubaneswar

ୟୁସିସିକୁ ବିରୋଧ; ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଗଣଧାରଣା

କଲମପୁର: ଭାରତ ସରକାରଙ୍କ ପ୍ରସ୍ତାବିତ ଏକକ ନାଗରିକ ସଂହିତାକୁ ବିରୋଧ କରିଛି ଆଦିବାସୀ ରାଷ୍ଟ୍ରୀୟ ଏକତା ପରିଷଦ। ଏକକ ନାଗରିକ ସଂହିତା ଦ୍ୱାରା ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ସୁନିଶ୍ଚିତ କରିବା। କିନ୍ତୁ ଆଦିବାସୀ ମୂଳନିବାସୀ ଏହାକୁ ଗ୍ରହଣ କରିବା ପାଇଁ ଅମଙ୍ଗ। ତେଣୁ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ରାଷ୍ଟ୍ରୀୟ ଏକତା ପରିଷଦ ତରଫରୁ କେନ୍ଦ୍ର ସରକାର ଯେଉଁସବୁ ଆଇନ ସଂସଦରେ ଆଣୁଛନ୍ତି ଯାହା ଆଦିବାସୀ ମୂଳ ନିବାସୀଙ୍କ ବିରୁଦ୍ଧାଚରଣ କରାଯାଉଥିବା ଆଶଙ୍କା କରାଯାଉଛି। ତେଣୁ ଭାରତ ମୁକ୍ତି ମୋର୍ଚ୍ଚାର ଆହ୍ୱାନକ୍ରମେ ଆଦିବାସୀ ରାଷ୍ଟ୍ରୀୟ ଏକତା ପରିଷଦ ତରଫରୁ ମଙ୍ଗଳବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହାସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାର ରୁଦ୍ର ମୋହନ ନାୟକଙ୍କ ମାଧ୍ୟମରେ ୨୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜଳ, ଜମି, ଜଙ୍ଗଲ ଏହା ହେଉଛି ଆଦିବାସୀଙ୍କ ମୌଳିକ ଅଧିକାର। କିନ୍ତୁ କେନ୍ଦ୍ର ସରକାର ସଂସଦରେ ଆଣୁଥିବା ଆଇନ ତଫସିଲଭୁକ୍ତ ଜାତି ଜନଜାତି ଏବଂ ପଛୁଆ ବର୍ଗମାନଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେଉଛି। ତେଣୁ ଏହାର ସମାଧାନ ଏବଂ ୟୁନିଅନ ସିଭିଲ କୋର୍ଡ ନିଶ୍ଚିତ ଭାବେ ମୁଳନିବାସୀ ବିରୋଧି ତେଣୁ ମୁଳନିବାସୀ ତଫସିଲଭୁକ୍ତ ଜାତି, ଜନ ଜାତି, ଏବଂ ପଛୁଆ ବର୍ଗ ପକ୍ଷରୁ ଏହାର ବିରୋଧ କରାଯାଇଛି। ତେଣୁ ଏହାର ପୁନଃ ବିଚାର ସହ ୨୧ ଗୋଟି ଦାବୀର ସମାଧାନ ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ଉପସଭାପତି ମଧାବ ସୁନାନୀ, ପ୍ରଶାନ୍ତ ମାଝୀ, ଶୁସାନ୍ତ ମାଝୀ, ଶିବ ରାମ ରଣା ପ୍ରମୁଖଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories