www.samajalive.in
Thursday, December 11, 2025
18.1 C
Bhubaneswar

ଧୋନି ଓ ରୈନାଙ୍କ ସହ ୨୨ ଖେଳାଳିଙ୍କୁ ରଖିଲା ସିଏସ୍‍କେ

ଚେନ୍ନଇ : ଗତଥରର ଆଇପିଏଲ୍‍ ଚମ୍ପିଆନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ବୁଧବାର ଘୋଷଣା କରିଛି ଯେ ଗତବର୍ଷ ଖେଳିଥିବା ୨୫ ଜଣ ଖେଳାଳିଙ୍କ ମଧ୍ୟରୁ ଏହା ୨୨ ଜଣଙ୍କୁ ରଖିବ। ତେଣୁ ଚଳିତବର୍ଷ ଏହା ବାଦ୍‍ ଦେଇଥିବା ୩ ଜଣ ଖେଳାଳି ହେଲେ ଇଂଲଣ୍ଡର ଫାଷ୍ଟବୋଲର ମାର୍କ ଉଡ୍‍ ଏବଂ ଦୁଇ ଭାରତୀୟ ଖେଳାଳି କନିଷ୍କ ସେଠ୍‍ ଓ କ୍ଷୀତୀଜ ଶର୍ମା। ଆଇପିଏଲ୍‍ ପରିଚାଳନା ପରିଷଦ ଘୋଷଣା କରିଥିଲା ଯେ କେଉଁ ଖେଳାଳିଙ୍କୁ ଆଇପିଏଲ୍‍ ଦଳ ରଖିବେ; ତାହା ନଭେମ୍ବର ୧୫ ସୁଦ୍ଧା ଜଣାଇବା ଆବଶ୍ୟକ। ଏହା ଅନୁସାରେ ସିଏସ୍‍କେ ୨୫ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ରଖିବାର ନିଷ୍ପତ୍ତି ନେଇଛି।
୨ ବର୍ଷ ନିଲମ୍ବିତ ହେବା ପରେ ୨୦୧୮ରେ ଆଇପିଏଲ୍‍କୁ ଫେରିଥିଲା ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ଏବଂ ଫାଇନାଲରେ ସନ୍‍ରାଇଜର୍ସ ହାଇଦରାବାଦକୁ ପରାସ୍ତକରି ଚମ୍ପିଆନ୍‍ ହୋଇଥିଲା। ଆହତ କେଦାର ଯାଦବଙ୍କ ସ୍ଥାନରେ ସିଏସ୍‍କେରେ ଯୋଗ ଦେଇଥିବା ଇଂଲଣ୍ଡ ଅଲ୍‍ରାଉଣ୍ଡର ଡେଭିଡ୍‍ ୱିଲିଙ୍କୁ ଦଳ ରଖିଛି। ପ୍ରଥମ ମ୍ୟାଚ୍‍ରେ ଆହତହୋଇ ପୂରା ଟୁର୍ଣ୍ଣାମେଣ୍ଟ ଖେଳିନଥିବା କେଦାର ଯାଦବ ଅବଶ୍ୟ ଦଳରେ ରହିଛନ୍ତି। ସିଏସ୍‍କେ ରଖିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ସୁରେଶ ରୈନା, ହରଭଜନ ସିଂହ, ରବୀନ୍ଦ୍ର ଜାଡ଼େଜା ଏବଂ ୱେଷ୍ଟଇଣ୍ଡିଜ୍‍ର ଡ୍ୱେନ୍‍ ବ୍ରାଭୋ ଓ ଦକ୍ଷିଣ ଆଫ୍ରିକାର ଫାଫ୍‍ ଡୁ ପ୍ଲେସି। ନ୍ୟୁଜିଲାଣ୍ଡର ଆହତ ବାମହାତି ସ୍ପିନର ମିଚେଲ ସାଣ୍ଟ୍‍ନରଙ୍କ ବଦଳ ଖେଳାଳି ସିଏସ୍‍କେ ନେଇନାହିଁ। ଗତବର୍ଷ ସିଏସ୍‍କେ ହାତରେ ୬.୫ କୋଟି ଟଙ୍କା ଥିବା ବେଳେ ଚଳିତବର୍ଷ ଅତିରିକ୍ତ ୨ କୋଟି ଟଙ୍କା ଖର୍ଚ୍ଚ କରିପାରିବ। ଫଳରେ ଚଳିତବର୍ଷ ନିଲାମରେ ସିଏସ୍‍କେ ମୋଟ ୮.୫ କୋଟି ଟଙ୍କା ବ୍ୟୟକରି ଆଉ କିଛି ଖେଳାଳି କିଣିପାରିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories