www.samajalive.in
Sunday, December 14, 2025
16.1 C
Bhubaneswar

ବୈଷୟିକ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳିତ

ଗୋପାଳପୁର: ଗୋଳନ୍ଥରା ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ  ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ଅତିରିକ୍ତ ଆରକ୍ଷୀ ପ୍ରଭାରୀ ଅସୀମ କୁମାର ପଣ୍ଡା, ଆଇପିଏସ ଅଧିକାରୀ ଅଙ୍କିତ କୁମାର ବର୍ମା, ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହାନ୍ତ ଯୋଗଦେଇ ପରିବେଶର ମୂଳରେ ବୃକ୍ଷର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ପରେ ଅତିଥି ମାନେ କଲେଜ ପରିସରରେ ବୃକ୍ଷ ରୋପଣ କରିଥିବା ବେଳେ, ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ “ଗୋଟିଏ ବିଦ୍ୟାର୍ଥୀ – ଗୋଟିଏ ଗଛ” ଯୋଜନାରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୃକ୍ଷ ରୋପଣ କରିଥିଲେ। ଏଆଇସିଟିଇର ଏ କାର୍ଯ୍ୟକ୍ରମ ଅନୁଯାୟୀ, ଜଣେ ବିଦ୍ୟାର୍ଥୀ ପ୍ରତି ବୃକ୍ଷ ରୋପଣ ପିଛା ୨୦ ପଏଣ୍ଟ ପାଇପାରିବ, ତଥା ଏହାର ଲକ୍ଷ୍ୟ ଦେଶ ସାରା ଅନ୍ୟୁନ ଏକ କୋଟି ଦୃମ ରୋପଣ କରିବା ରହିଛି। ଡ଼ ସବ୍ୟସାଚୀ ରଥ (ଡିନ) ତତ୍ତ୍ୱାବଧାନ ଓ ପ୍ରଫେସର ନୃସିଂହ ଚରଣ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏନ ଏସ ଏସ ଏହି  କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories