www.samajalive.in
Sunday, December 14, 2025
23.1 C
Bhubaneswar

ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ: ସ୍ଥାନୀୟ ଇ. ଟି. ଇ. ଆଇ, ଫୁଲବାଣୀ ଠାରେ ତିନି ଦିନ ଧରି ଆୟୋଜିତ ହୋଇଥିବା ପି. ବି. ଏଲ୍ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଜାପିତ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କ ବହୁମୂଖୀ ପ୍ରତିଭା ବିକାଶ ଉପରେ ଆଲୋକପାତ କରିଥିଲେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ କନ୍ଧମାଳର ବାମଦେବ ତ୍ରୀପାଠୀ ଏବଂ ଫୁଲବାଣୀ ବ୍ଲକର ବ୍ଲକ୍ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଏବଂ ଶିକ୍ଷା ସଂଯୋଜକ ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ  ୫୪ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ତଥା ୬ ଜଣ ସି. ଆର୍. ସି. ସି ଏହି ତିନି ଦିନିଆ ଶିବିରରେ ଅଂଶ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ସାଥୀ ଅନୁଷ୍ଠାନ ଭାବରେ ପିରାମଲ୍ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ସୂଚାରୁ ରୂପ ରେ ସଂଗଠନ ପାଇଁ ସହଯୋଗ କରୁଛନ୍ତି। ରାଜ୍ୟ ସରକାର ତଥା କନ୍ଧମାଳ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ପ୍ରଚେଷ୍ଟା ରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରକଳ୍ପ ପି. ବି. ଏଲ୍ ପ୍ରଥମ ପର୍ଯ୍ୟୟରେ ଜିଲ୍ଲାର ୩ଟି ବ୍ଲକ୍ ଫୁଲବାଣୀ, ଫିରିଙ୍ଗିଆ, ଏବଂ ଖଜୁରୀପଡ଼ା ଅନ୍ତର୍ଗତ ସମୁଦାୟ ୨୪ ଟି ବିଦ୍ୟାଳୟ ରେ କାଯ୍ୟକୃତ କରାଯିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories