www.samajalive.in
Sunday, December 14, 2025
16.1 C
Bhubaneswar

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷ ମାନବ ସମ୍ଭଳ ସୃଷ୍ଟି ଓ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିସଂଘ ଦ୍ୱାରା ଜୁଲାଇ ୧୫ ତାରିଖକୁ ୱାର୍ଲ୍ଡ ୟୁଥ୍‌ ସ୍କିଲ୍‌ ଡେ’ ଭାବେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ଓଡ଼ିଶାରେ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ଏହି ଦିନଟିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟାମରେ ପାଳନ କରାଯାଇଛି ।
ଓଡ଼ିଶାର ଯୁବପିଢିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ଗଢି ତୋଳିବା ଲାଗି ଆଜି ଯେଉଁ ଆକାଂକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି । ରାଜ୍ୟର ଯୁବପିଢି ତା’ର ଭରପୂର ସୁଯୋଗ ପାଇ ପାରୁଛନ୍ତି । ଶନିବାର ଏହି ଅବସରରେ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟରରେ ଅଧ୍ୟୟନ କରୁଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ କରି ତାଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଦର୍ଶାଇଥିଲେ ।

- Advertisement -

ବ୍ୟୁଟି ୱେଲ୍‌ନେସ, ହେୟାର୍‌ ଫ୍ୟାସନ୍‌ ଡିଜାଇନ୍‌, ମେକାଟ୍ରୋନିକସ୍‌, ଏୟାର କଣ୍ଡିସନିଙ୍ଗ୍‌ ଏଣ୍ଡ ରେଫ୍ରିଜିରେସନ, ଇଲେକଟ୍ରିକାଲ ଟେକ୍ନୋଲୋଜି ଓ ମେକାନିାକାଲ୍‌ ଏଣ୍ଡ ଇଲେକଟ୍ରିକାଲ ସର୍ଭିସ୍‌ ଗୁଡିକ ଉପରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଇଞ୍ଜିନିୟରିଂ ବିଷୟରେ ୧୭ଟି ଗ୍ରୁପ ଓ ସର୍ଭିସେସ ବିଷୟରେ ୭ଟି ଗ୍ରୁପର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ। ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ତରଫରୁ ବିଭିନ୍ନ ବର୍ଗରେ ପୁରସ୍କାର ବିତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ରବିବାର ବିଭିନ୍ନ ଦକ୍ଷତା ଭିତ୍ତିକ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ ପୂର୍ବକ ସେମାନଙ୍କର ପ୍ରତିଭା ଏବଂ ପରିଶ୍ରମକୁ ସ୍ୱୀକୃତି ଦିଆଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories