nua o banner

ଟ୍ୱିଟର ଆକାଉଣ୍ଟରୁ ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା – ଆରମ୍ଭ ହେଲା ଏପରି ବ୍ୟବସ୍ଥା

bjd gruha runa banner

ନୂଆଦିଲ୍ଲୀ – ଟ୍ୱିଟର ଆକାଉଣ୍ଟରେ ଏବେ ଟଙ୍କା ରୋଜଗାର ହୋଇପାରୁଛି । ଟେକ୍‌ ନ୍ୟୁଜ୍‌ ଏଜେନ୍ସି ଏନଗ୍ୟାଜେଟ୍‌ { engadget ) ର ଖବର ଅନୁସାରେ ଟ୍ୱିଟରେ ବ୍ଲୁଟିକ୍‌ ପାଇଥିବା କ୍ରିଏଟର ଟଙ୍କା ରୋଜଗାର କରିପାରୁଛନ୍ତି । ଏହାର ମାଲିକ ଏଲନ୍‌ ମସ୍କ ଟ୍ୱିଟରରେ କ୍ରିଏଟରଙ୍କୁ ବିଜ୍ଞାପନର ଏକ ଅଂଶ ଦିଆଯିବ ବୋଲି କହିଥିଲେ । ଏବେ ଏହାକୁ ଆରମ୍ଭ କରାଯାଇଛି । ବ୍ରିୟାନ୍‌ କ୍ରାସେନଷ୍ଟେଇନ୍‌ ନାମକ କ୍ରିଏଟରଙ୍କୁ ୨୫ ହଜାର ଆମେରିକୀୟ ଡଲାର ବା ୨୦ ଲକ୍ଷ ଟଙ୍କା ଟ୍ୱିଟର ପକ୍ଷରୁ ମିଳିଥିବା ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

କ୍ରିଏଟରଙ୍କ ବ୍ଲୁଟିକ୍‌ ଏବଂ ସଂସ୍ଥାମାନେ ଭେରିଫାଏଡ୍‌ ହେବା ଆବଶ୍ୟକ । ତିନିମାସ ମଧ୍ୟରେ ୫୦ ଲକ୍ଷ ଇମ୍ପ୍ରେସନ୍‌ ହୋଇଥିବା ଦରକାର । ଏହା ମାନବୀୟ ତର୍ଜମା ପରେ ମନିଟାଇଜେସନ୍‌ ହୋଇପାରୁଛି । ଏବେ ଟ୍ୱିଟରରେ କ୍ରିଏଟରମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।

ଟ୍ୱିଟରର ମାଲିକ ଏଲନ୍‌ ମସ୍କ ମଧ୍ୟ ଏ ବିଷୟରେ ଟ୍ୱିଟ କରିଛନ୍ତି । ଟ୍ୱିଟରରେ ଏବେ ଲୋକଙ୍କୁ ଆୟର ପନ୍ଥା ଏବଂ ଜୀବିକା ମିଳିପାରିବ ବୋଲି ସେ କହିଛନ୍ତି ।

Comments are closed.