www.samajalive.in
Friday, December 12, 2025
14.1 C
Bhubaneswar

ଅବିଶ୍ରାନ୍ତ ବର୍ଷାର ପ୍ରଭାବ: ଧାମରାରେ ମାଟି କାନ୍ଥ ପଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ଆହତ

ଧାମରା: ଅବିଶ୍ରାନ୍ତ ବର୍ଷାରେ ଧାମରା ଅଂଚଳ ବର୍ଷାଜଳରେ ଉବୁଟୁବୁ। ଅବିଶ୍ରାନ୍ତ ବର୍ଷାରେ ଧାମରା ଅଂଚଳରେ ଏକ ଅଭାବନୀୟ ପରିସ୍ଥିତିରେ ସୃଷ୍ଟି ହୋଇଛି। ଧାମରାରେ ମାଟି କାନ୍ଥ ପଡ଼ି ଯିବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସ୍ୱାମୀ ମାଟି କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ ଏବଂ ସ୍ତ୍ରୀ ଗୁରୁତର ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋଲି କରଞ୍ଜମା ଫାଣ୍ଡି ଅଧିକାରୀ ବି ଏନ ହେମ୍ବ୍ରମ ପ୍ରକାଶ କରିଛନ୍ତି। ଆଜିର ଏହି ଅବିଶ୍ରାନ୍ତ ବର୍ଷା ସମୟରେ କରଣପଲ୍ଲୀ ପଞ୍ଚାୟତରେ ଏକ ମାଟି(କଚ୍ଚା) ଘରେ ରହୁଥିବା କୁମୁଦ ମଣ୍ଡଳ(୮୧) ଙ୍କ ଘରେ ବର୍ଷା ପାଣି ଜମି ଯାଇଥିଲା।

ଏହି ସମୟରେ କୁମୁଦ ଏବଂ ତାଙ୍କ ସ୍ତ୍ରୀ ନିହାରିକା ମଣ୍ଡଳ ନିଜ ଘରେ ଜମି ଥିବା ବର୍ଷା ପାଣିକୁ ଘରୁ ନିଷ୍କାସନ କରୁଥିଲେ। ଏହି ସମୟରେ ସଂପୂର୍ଣ ଓଦା ହୋଇଥିବା ମାଟି କାନ୍ଥ ଭୁଷୁଡି ପଡିବାରୁ ସ୍ବାମୀ କାନ୍ଥ ତଳେ ଚାପି ହୋଇଯାଇଥିଲେ। କୁମୁଦଙ୍କ ସ୍ତ୍ରୀ ନିହାରିକାଙ୍କ ଉପରେ ମାଟି କାନ୍ଥ ପଡିଥିବା ବେଳେ ତାଙ୍କୁ ପଡୋଶୀ ଉଦ୍ଧାର କରିଥିଲେ। କୁମୁଦଙ୍କୁ ମଧ୍ୟ ଉଦ୍ଧାର କରିବା ପରେ ସେମାନଙ୍କୁ ପ୍ରଥମେ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ର ପରେ ବାସୁଦେବୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା। ସେଠାରେ ଡାକ୍ତର କୁମୁଦଙ୍କର ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ହୋଇଥିବା ନିହାରକାଙ୍କୁ ଭଦ୍ରକ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବର୍ତମାନ ନିହାରିକାଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories