www.samajalive.in
Friday, December 12, 2025
17.1 C
Bhubaneswar

ଅସହାୟ ମହିଳାଙ୍କୁ ଉଦ୍ଧାର କଲା ପ୍ରଶାସନ

କଲମପୁର : କଲମପୁର ଥୁଆମୁଳ ରାମପୁର ରାସ୍ତା ସିଙ୍ଗାରୀ ଛକ ନିକଟରେ ଅସହାୟ ଅବସ୍ଥାରେ ଭୋକ ଉପାସରେ ରାତିସାରା ପଡିରହିଥିବା ଜଣେ ମାନସିକ ନ୍ୟୁନ ଅସହାୟ ମହିଳାଙ୍କୁ ପ୍ରଶାସନ ଉଦ୍ଧାର କରିଛି। ଏହାସହ ମହିଳାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ମହିଳାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଜୁନାଗଡ ବ୍ଲକ ଅଧିନସ୍ଥ ଦାସିଗାଁର ଏକ ମାନସିକ ନ୍ୟୁନ ଅସହାୟ ମହିଳା ପରିବାରର ଅଗୋଚରରେ ଚାଲି ଚାଲି କଲମପୁର ଅଞ୍ଚଳକୁ ପଳାଇ ଆସିଥିଲା। ଗତ ମଙ୍ଗଲବାର ଦିନ ଭୋକ ଉପାସରେ ପଣ୍ଡିଗାଁ ସିଙ୍ଗାରୀ ଛକ ନିକଟରେ ଗୋଟିଏ ସ୍ଥାନରେ ପଡି ରହିଥିଲା। ଏହି ରାସ୍ତା ଦେଇ ବହୁ ଯାନ ବାହାନ ସମେତ ଅନେକ ଲୋକ ଯାତାୟତ କରୁଥିଲେ ମଧ୍ୟ କେହି ଏହି ମହିଳାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇନଥିଲେ। ଯାହା ଫଳରେ ରାତିସାରା ରାସ୍ତା ଉପରେ ଅସହାୟ ଅବସ୍ଥାରେ ମହିଳା ଜଣକ ଭୋକ ଉପାସରେ ପଡି ରହିଥିଲେ। ଏନେଇ ଭବାନୀ ଶଙ୍କର ବେହେରା ନାମକ ଜଣେ ଯୁବ ଚାଷୀ ମହିଳା ଜଣକଙ୍କ ନିକଟକୁ ଯାଇ ଖାଇବା ପାଇଁ କିଛି ବିସ୍କୁଟ ଦେବା ସହ ମହିଳା ଜଣକର ଉଦ୍ଧାର ପାଇଁ ଜନୈକ ଖବର କାଗଜ ପ୍ରତିନିଧିଙ୍କ ଜରିଆରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ତହସିଲଦାର ଶ୍ରୀ ମିଶ୍ର ତୁରନ୍ତ ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶିବାଷିସ ସ୍ୱାଇଁଙ୍କ ସହିତ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭୋକିଉପାଷରେ ପଡି ରହିଥିବା ମହିଳା ଜଣକୁ ପ୍ରଥମେ କିଛି ଖାଦ୍ୟ ଦିଆଯାଇ ଚିକିତ୍ସା କରାଯାଇଥିଲା। ଏହାପରେ ଏହି ଅଜଣା ମହିଲାଙ୍କ ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତରିତ କରାଯାଇଥିଲା।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories