www.samajalive.in
Friday, December 12, 2025
26.1 C
Bhubaneswar

ଜନାର୍ଦ୍ଦନ ରେଡ୍ଡୀଙ୍କୁ ଜାମିନ

ବେଙ୍ଗାଲୁରୁ : ଚିଟ୍‍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ବିଶିଷ୍ଟ ଖଣି ବ୍ୟବସାୟୀ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀଙ୍କୁ ବୁଧବାର ଜାମିନ ମିଳିଛି। ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତିକୁ ନେଇ ରବିବାର ରେଡ୍ଡୀଙ୍କୁ ଗିରଫ କରାଯାଇ ନଭେମ୍ବର ୨୪ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗିରଫ ପରେ ରେଡ୍ଡୀ ଜାମିନ ପାଇଁ ଆବେଦନ କରିଥିବାବେଳେ ଷଷ୍ଠ ଅତିରିକ୍ତ ମୁଖ୍ୟ ଦୌରାଜଜ୍‍ କୋର୍ଟ ଏହାର ଶୁଣାଣି ବୁଧବାରକୁ ସ୍ଥଗିତ ରଖିଥିଲେ। ଅଦାଲତ ଆଜି ଆବେଦନର ଶୁଣାଣି କରି ଦୁଇଟି ଜମାନତ ଓ ୧ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ପ୍ରଦାନ କରିଥିଲେ। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ରେଡ୍ଡୀଙ୍କର ଆମ୍ବିଡେଣ୍ଟ ମାର୍କେଟିଂ ସହିତ କୌଣସି ସମ୍ପୃକ୍ତି ନଥିବା ଜଣାଯାଇଛି। ରେଡ୍ଡୀଙ୍କ ଓକିଲ ଚନ୍ଦ୍ରଶେଖର କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ମହକିଲଙ୍କୁ ଗିରଫ କରାଯାଇଛି। ବେଆଇନ ଚିଟଫଣ୍ଡ କମ୍ପାନୀ ଆମ୍ବିଡେଣ୍ଟ ମାର୍କେଟିଂ ଠାରୁ ରେଡ୍ଡୀ କୋଟି କୋଟି ଟଙ୍କା ନେଇଥିବା ଜଣାପଡିବା ପରେ ସେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଚିଟଫଣ୍ଡ କମ୍ପାନୀ ମାଲିକ ସୟଦ ଅହମ୍ମଦ ଫରିଦଙ୍କ କହିବା ଅନୁଯାୟୀ ସେ ରେଡ୍ଡୀଙ୍କୁ ୧୮କୋଟି ଟଙ୍କା ଦେଇଛନ୍ତି। ଫରିଦଙ୍କ ଚିଟଫଣ୍ଡ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଚଳାଇଥିବାବେଳେ ଏଥିରୁ ମୁକୁଳାଇବା ଲାଗି ସେ ରେଡ୍ଡୀଙ୍କୁ ୧୮କୋଟି ଟଙ୍କା ଦେଇଥିବା କହିଛନ୍ତି। ଫରିଦ ନିଜ ଚିଟଫଣ୍ଡ କମ୍ପାନୀରେ ପୁଞ୍ଜିନିବେଶ ନାମରେ ୧୫,୦୦୦ଲୋକଙ୍କ ଠାରୁ ୬୦୦କୋଟି ଟଙ୍କା ଆତ୍ମସାତ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories