www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚାରା ରୋପଣ

ପାଟଣା: ଢେଙ୍କିକୋଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ବନ ବିଭାଗ ସହଯୋଗରେ ବନ ମହୋତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ମୋନିକା ଦାସ ଚାରା ରୋପଣର ଶୁଭାରମ୍ଭ କରିଥିଲେ। ପରିସରରେ ନାନା ପ୍ରକାରର ଫଳନ୍ତି ଗଛ ସହ, ଚାକୁଣ୍ଡା, ବଉଳ, ବର, ଓସ୍ତ ଆଦିର ଚାରା ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅମନ ରାଥୋଡ, ରମାକାନ୍ତ ସେଠୀ, ଶଶିରେଖା ନାୟକ, ପୁଷ୍ପାଞ୍ଜଳି ସିଂହ, ବିଶ୍ବରଂଜନ ସାହୁ, ସମୀର କୁମାର ନାୟକ, ସୌମ୍ୟା ସିଂହ, ବ୍ରହ୍ମାନନ୍ଦ ଶତପଥୀ, କଲ୍ୟାଣୀ ମଲ୍ଲିକ, ଅମିତ୍ କୁମାର ଦେହୁରୀ, ନୀଳକଣ୍ଠେଶ୍ଵରୀ ସାହୁ, ସୁଚିଶ୍ମିତା ସାହୁ, ସର୍ବେଶ୍ଵର ନାୟକ, ଯୁଧିଷ୍ଟିର ମହାନ୍ତ, ଜ୍ୟୋତିକୃଷ୍ଣ ମହାନ୍ତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥତ ଥିଲେ। ବନପାଳ ଚିତ୍ତରଞ୍ଜନ ପରିଡ଼ା ଓ ବନରକ୍ଷୀ ଶାନ୍ତିଲତା ମୁଣ୍ଡାରୀ ପ୍ରମୁଖ ଚାରା ରୋପଣରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories