www.samajalive.in
Sunday, December 14, 2025
26.1 C
Bhubaneswar

ଭୁଶୁଡି ପଡିଲା ଛାତ୍ରୀ ନିବାସ ପାଚେରୀ, ଅସୁରକ୍ଷିତ ପରିବେଶରେ ଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜାଙ୍ଗେଡ଼ ପଞ୍ଚାୟତ ଅଧିନରେ ଥିବା ସୁଢ଼ାପାଲି ଆଶ୍ରମ ସ୍କୁଲ୍ ଛାତ୍ରୀ ନିବାସର ୬୦୦ ଫୁଟ ପାଚେରୀର ୪୦ ଫୁଟ ସାମାନ୍ୟ ବର୍ଷାରେ ଭୁଶୁଡି ପଡ଼ିଛି। ଫଳରେ ଛାତ୍ରୀ ନିବାସଟି ଅସୁରକ୍ଷିତ ହୋଇ ପଡ଼ିଛି। କେତେବେଳେ କେଉଁ ଅଘଟଣ ନ ଘଟିବ ତାହା କିଏ କହିପାରେ। ଫଳରେ ଛାତ୍ରୀ ମାନଙ୍କ ଅଭିଭାବକ ମାନେ ନିଜ ନିଜ ପିଲାଙ୍କର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ପାଚେରୀ ନିର୍ମାଣରେ ନିମ୍ନ ମାନର କାମ ଯୋଗୁଁ ଏମିତି ଭୁଶୁଡ଼ି ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍କୁଲ୍ ଭିତରେ ହଷ୍ଟେଲ ସୁପରିଷ୍ଟେଣ୍ଡେଣ୍ଟ ଓ ଜଣେ ଶିକ୍ଷକଙ୍କ ରହିବା ପାଇଁ ଦୁଇ ମହଲା ବିଶିଷ୍ଟ କୋଠା ଘର ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହି ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି ସମସ୍ୟାକୁ ନେଇ ଗତ ଜୁନ ମାସରେ ଡିଡବ୍ଲଙ୍କୁ ଓ ୧୧ ଜୁଲାଇରେ ଡବ୍ଳୁଇଓଙ୍କ ଜରିଆରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ସାରିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ବ୍ୟବସ୍ଥା କରାଯାଇ ନାହିଁ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories