www.samajalive.in
Friday, December 12, 2025
14.1 C
Bhubaneswar

ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ : କ୍ୟାବିନେଟର ସଂସଦୀୟ ବ୍ୟାପାରର କମିଟି (ସିସିପିଏ) ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୧ରୁ ଆରମ୍ଭ କରିବାକୁ ସୁପାରିଶ କରିଛି। ବିଭାଗୀୟ ଅଧିକାରୀଙ୍କଠାରୁ ଏହି କଥା ବୁଧବାର ଜାଣିବାକୁ ମିଳିଛି।
ସୁପାରିଶରେ ଡିସେମ୍ବର ୧୧ରୁ ଅଧିବେଶନ ଆରମ୍ଭ କରି ଜାନୁଆରୀ ୮ ପର୍ଯ୍ୟନ୍ତ ଚଲାଇବାକୁ କୁହାଯାଇଛି। ପ୍ରକାଶଯୋଗ୍ୟ ଯେ ସାଧାରଣତଃ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବରରୁ ଆରମ୍ଭ ହୁଏ। ହେଲେ ଏହାକୁ ମିଶାଇ କ୍ରମାଗତ ଦ୍ୱିତୀୟ ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ। ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଆବାସରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ହୋଇଥିଲା। ଏଥିରେ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ଆରମ୍ଭ କରିବାକୁ ଆଲୋଚନା ହୋଇଥିଲା ଓ ସେହି ଅନୁସାରେ ସୁପାରିଶ କରାଯାଇଛି।
ଗତ ବର୍ଷ ମଧ୍ୟ ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। ଏହା ପଛରେ ଗୁଜୁରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଥିଲା।
ଚଳିତ ଥର ଶୀତକାଳୀନ ଅଧିବେଶନରେ ବିରୋଧୀ ଦଳ ରାଫେଲ ରାଜିନାମା, କୃଷକଙ୍କ ବିକ୍ଷୋଭ, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗ ଉଠାଇ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି। ଏହା ପୂର୍ବରୁ ସଂସଦର ମୌସୁମୀ ଅଧିବେଶନରେ ଲୋକସଭା ୧୭ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୨୧ଟି ବିଧେୟକ ପାରିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories