www.samajalive.in
Sunday, December 14, 2025
16.1 C
Bhubaneswar

ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଗୋପାଳପୁର :  ଜାତୀୟ ରାଜପଥ ନଂ ୧୬ ତଥା ମାଣ୍ଡିଆପଲ୍ଲୀ ଛକରେ ବୁଧବାର ଏକ ସ୍କର୍ପିଓକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆନନ୍ଦ ପାଢ଼ୀଙ୍କ ପରିବାର ଏକ ସ୍କର୍ପିଓରେ ଗଣ୍ଡଳାରୁ କରାପଲ୍ଲୀ ଫେରୁଥିବା ବେଳେ ମାଣ୍ଡିଆପଲ୍ଲୀ ଛକଠାରେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଛତ୍ରପୁର ପଟକୁ ଯାଉଥିବା ଏକ ମାଲ‌ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କର୍ପିଓଟି ପ୍ରାୟ ୧୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାଡି ହୋଇ ଡିଭାଇଡରରେ ବାଡେଇ ହୋଇ ଅଟକି ଯାଇଥିଲା। ଯାହାଫଳରେ ସ୍କର୍ପିଓରେ ବସିଥିବା ଡ଼୍ରାଇଭର ସମେତ ଆନନ୍ଦ ପାଢ଼ୀଙ୍କ ସ୍ତ୍ରୀ ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ଚମାଖଣ୍ଡି ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଟ୍ରକ ଓ ସ୍କର୍ପିଓକୁ ଉଦ୍ଧାର କରିବା ସହ ଉଭୟ ଡ଼୍ରାଇଭରଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି । ଅନ୍ୟ ପଟେ ଅଧିକାଂଶ ସମୟରେ ଜାତୀୟ ରାଜପଥର ମାଣ୍ଡିଆପଲ୍ଲୀ ଛକ ଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ସେଠାରେ ଟ୍ରାଫିକ ପୁଲିସ ମୁତୟନ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories