www.samajalive.in
Saturday, December 13, 2025
18.1 C
Bhubaneswar

‘ବସୁଧା’ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ; ପାଣି ପାଇଁ ହନ୍ତସନ୍ତ ତ୍ରିଲୋଚନପୁରବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ତ୍ରିଲୋଚନପୁରରେ ନିର୍ମାଣଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ସରକାର ପ୍ରତି ପରିବାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିବିଧ ଯୋଜନା ପ୍ରସ୍ତୁତ କରୁଛନ୍ତି। କେଉଁଠି ନଦୀରୁ ପାଇପ ଯୋଗେ ଜଳଯୋଗାଣ କରାଯାଇଛି ତ କେଉଁଠି ଗଭୀର କୂଅ ଖୋଲାଯାଇ ଜଳଯୋଗାଣ ହେଉଛି। ଏଥିପାଇଁ ପାଇଁ ଗୋଟିଏ ପ୍ରକଳ୍ପ ନିମନ୍ତେ ୮୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଆଗ୍ରହ ଅଭାଵ ହେତୁ ଅନେକ ସ୍ଥାନରେ ନିର୍ମାଣଧୀନ ‘ବସୁଧା’ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଥିବା ଦେଖାଯାଉଛି।ଏହି ‘ବସୁଧା’ ପ୍ରକଳ୍ପଟି ୨୦୨୧ ମସିହାରେ ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ୩ଟି ଗଭୀର ନଳକୂପ ଖୋଳା ଯାଇଥିଲା।କିନ୍ତୁ ନିର୍ମାଣ କାର୍ୟ୍ୟ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ପ୍ରାୟ ୪୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅଟକଳ ମୂଲ୍ୟ ବିନିମୟରେ ୩୦ ହଜାର ଲିଟର ଏକ ‘ବସୁଧା’ ପ୍ରକଳ୍ପର ଓଭରହେଡ଼ ପାଣି ଟାଙ୍କି ତିଆରି ହୋଇଛି। ଗଭୀର କୂଅ ଖୋଳାଯାଇ ଜଳ ଯୋଗାଣ ପାଇଁ କାମ ଏକ ପ୍ରକାର ଶେଷ ହୋଇଛି। ବହୁଦିନ ହେଲା ତ୍ରିଲୋଚନପୁର, ବଜାରପଡା, ନୂଆପଡା, ବନ୍ଧପଡା, ଲୁହୁରାପଡା ଓ ବେଲଗୁଡା, ମାଝୀପଡା ଓ ହରିଜନ ପଡାରେ ପାଇପ ବିଛାଯିବା ସହ ପାଣି ପଏଣ୍ଟ ନିର୍ମାଣ ମଧ୍ୟ ହୋଇସାରିଛି। ଓଭରହେଡ଼ ଟାଙ୍କି ନିର୍ମାଣ କରାଯାଇ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ବସି ସାରିଛି। ହେଲେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଯାହା ଫଳରେ ଆଜିକୁ ୩ ବର୍ଷ ହେଲା ନିର୍ମାଣ ହୋଇଥିବା ‘ବସୁଧା’ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତ୍ରିଲୋଚନପୁରର ବିଭିନ୍ନ ପଡାବାସୀଙ୍କୁ ପ୍ରାୟ ୨ ସହ ପରିବାରଙ୍କୁ ଜଳ ଯୋଗାଣ ହୋଇପାରୁନାହିଁ।

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବ୍ଳକର ଦାୟିତ୍ୱରେ ଥିବା ଯନ୍ତ୍ରୀ ପ୍ରକଳ୍ପ ନିର୍ମାଣ ସମୟରେ ଅନୁପସ୍ଥିତ ଯୋଗୁଁ କାର୍ଯ୍ୟର ତଦାରଖ ସଠିକ ଭାବେ ହେଉନଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ୩ଟି ଗଭୀର ନଳକୂପ ପୋତି ହୋଇ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ସବୁ ବିଭିନ୍ନ ସ୍ଥାନରେ ଫାଟିଲାଣି। କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ଯୋଗୁଁ ବନ୍ଦ ରହିଛି ବୋଲି ତ୍ରିଲୋଚନପୁରବାସୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପାଣିର ଘୋର ଅସୁବିଧା ରହିଛି। ତେଣୁ ଆମ କଥା ପ୍ରଶାସନ ନଶୁଣେ ତାହା ହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ତ୍ରିଲୋଚନପୁର ନାଏବ ସରପଞ୍ଚ ତରଣୀସେନ ବାଗ, ସନ୍ତୋଷ କୁମାର ସାହୁ, ଶିବ ଗଉଡ଼, ମହେନ୍ଦ୍ର ନାଏକ, ଅନିଲ ନାଏକ, ମୋହନ ସାହୁ, ବାବୁଲା ବାଗ, ସମ୍ଭୁଶଙ୍କର ପଟନାୟକ, ଜଗନ୍ନାଥ ପଟନାୟକ, ଭକ୍ତ ହରିଜନ, ସନାତନ ବାଗ, ହରି ବାଗ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏନେଇ ଲାଞ୍ଜିଗଡ଼ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ଆମ ‘ବସୁଧା’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କାର୍ଯ୍ୟ ବିଳମ୍ବ ଯୋଗୁଁ ଗଭୀର ନଳକୂପ ପୋତି ହୋଇଯାଇଛି। ଆମେ ଚେଷ୍ଟା କରୁଛୁ। ୨ଟି ଗଭୀର ନଳକୂପ ଖୋଳି ଶୀଘ୍ର ଜଳଯୋଗାଣ ପାଇଁ ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଥିଲେ। ଏଥିପାଇଁ ତୁରନ୍ତ ଏହା କାର୍ଯ୍ୟକ୍ଷମ ନିମନ୍ତେ ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories